Img 20240509 Wa0145

ବାରିପଦା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ର ପ୍ରସ୍ତୁତି ବୈଠକ

Politics State

ବାରିପଦା: ଆଜି ବାରିପଦା ସ୍ଥିତ ସ୍ୱସ୍ତିକ ମଣ୍ଡପ ଠାରେ ବାରିପଦା ନିର୍ବାଚନ ମଣ୍ଡଳୀରେ ଆଗାମୀ ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ପୂର୍ବତନ ଯୁବ କଂଗ୍ରେସ ସଭାପତି ଶ୍ରୀ ଅଶୋକ ଅଧିକାରୀଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକର ଆୟୋଜନ କରାଯାଇଥିଲା।ଉକ୍ତ ବୈଠକରେ ବାରିପଦା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଶ୍ରୀ ପ୍ରମୋଦ ହେମ୍ବ୍ରମଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବା ସହ ସମସ୍ତ କଂଗ୍ରେସ କର୍ମୀ ଏକଜୁଟ ହୋଇ ଶ୍ରୀ ହେମ୍ବ୍ରମଙ୍କ ବିଜୟ ପାଇଁ ଶପଥ ନେଇଥିଲେ।

ବାରିପଦା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟା ଯଥା ବନ୍ୟା ଦାଉରୁ ବାରିପଦା ସହରର ସୁରକ୍ଷା ପାଇଁ ଆଡିବନ୍ଧ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପଦକ୍ଷେପ ନ ନେବା ,କଂଗ୍ରେସ ଅମଳରୁ ଆରମ୍ଭ ହୋଇଥିବା ସୁବର୍ଣ୍ଣରେଖା ପ୍ରକଳ୍ପ ଦୀର୍ଘ 34 ବର୍ଷ ବିତି ଯାଇଥିଲେ ମଧ୍ୟ ସମ୍ପୂର୍ଣ କାର୍ଯ୍ୟକ୍ଷମ ହୋଇ ନ ପାରିବା,ଶିକ୍ଷା, ସ୍ୱାସ୍ଥ୍ୟ,ଓ ଆଇନ ଶୃଙ୍ଖଳାର ଘୋର ଅବନତି ଜନ ସାଧାରଣଙ୍କ ମଧ୍ୟରେ ଘୋର ଅସନ୍ତୋଷ ସୃଷ୍ଟି କରିଛି।

ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଓ କଂଗ୍ରେସ ର ଗ୍ୟାରେଣ୍ଟି କାର୍ଡ ଜନସାଧାରଣଙ୍କୁ ଆକୃଷ୍ଟ କରିଛି।ଏହି ଗ୍ୟାରେଣ୍ଟି କାର୍ଡ କୁ ଘର ଘର ପହଞ୍ଚାଇବାର ନିଷ୍ପତି ନିଆଗଲା।ଉକ୍ତ ବୈଠକରେ ନିର୍ବାଚନର ସୁପରିଚାଳନା ପାଇଁ ବିଭିନ୍ନ କମିଟି ଗଠନ କରାଗଲା।
ଉକ୍ତ ବୈଠକରେ ପୂର୍ବତନ ଏମ ପି ଶ୍ରୁଶ୍ରୀ ଶୁଶିଳା ତିରିଆ,ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସରସ୍ୱତୀ ହେମ୍ବ୍ରମ,ପୂର୍ବତନ ଜିଲ୍ଲା ସଭାପତି ହେମନ୍ତ ଦାସ,ରାଜ୍ୟ ସମ୍ପାଦକ ଚୈତନ ହାସଦା,ଜିଲ୍ଲା ପ୍ରଚାର କମିଟି ଅଧ୍ୟକ୍ଷ ଯୋଗେଶ ଅଗ୍ରୱାଲ,ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ମୋତି ପ୍ରକାଶ ଦାଶ, ଜିଲ୍ଲା ଆଇନ ସେ ଲ ଅଧ୍ୟକ୍ଷ ଜ୍ୟୋତିପ୍ରକାଶ ରଥ,ଜିଲ୍ଲା ମହିଳା କଂଗ୍ରେସ ସଭାପତି ସୁଶ୍ମିତା ଘୋଷାଲ,ଜିଲ୍ଲା ରାଜୀବଗାନ୍ଧି ପଂଚାୟତ ରାଜ୍ ସଭାପତି ମୀନକେତନ ବେହେରା,ଜିଲ୍ଲା ପଞ୍ଚାୟତ ପରିଷଦ ସଭାପତି ଶିବାନନ୍ଦ ଦାସ,ଜିଲ୍ଲା ଏସସି ସେଲ ଅଧ୍ୟକ୍ଷ ତୁଷାର ବେହେରା,ଜିଲ୍ଲା ଅବିସି ସେଲ ସଭାପତି ଦିଲ୍ଲୀପ ନାୟକ,ଜିଲ୍ଲା ଉପସଭାପତି ଅରବିନ୍ଦ ଦାସ,ସୁଦୀପ ମନ୍ତ୍ରୀ,ସ୍ୱରୂପ ମିଶ୍ର,ମହିଳା ନଗର ସଭାପତି ରଶ୍ମିତା ମିଶ୍ର,ଇତିଶ୍ରୀ ମିଶ୍ର,ଇନ୍ଦୁମତି ନାୟକ, ସୁଭସ୍ମିତା ଦାସ,ଫରିଦା ତବସୁମ ,ୱେହେଦା ଅହମ୍ମଦ,ସମର ଦାସ,ସତ୍ୟକା ମ ସେନାପତି,କାର୍ତିକ ମହାନ୍ତ,ପ୍ରଦୀପ ମିଶ୍ର,ପ୍ରଭୁତି ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।