Col Mbj

ତୃତୀୟ ଦିନରେ ଆଜି ୧୨ ଜଣ ପ୍ରାର୍ଥୀ ଙ୍କ ଦ୍ୱାରା ନାମାଙ୍କନ ପତ୍ର ଦାଖଲ

Politics State

ବାରିପଦା: ଏକକାଳୀନ ସାଧାରଣ ନିର୍ବାଚନ ୨୦୨୪ କ୍ରମରେ ୭ମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ ର ତୃତୀୟ ଦିନରେ ମୋଟ ୧୨ ଜଣ ପ୍ରାର୍ଥୀ ସମ୍ପୃକ୍ତ ରିଟର୍ଣ୍ଣିଙ୍ଗ ଅଫିସରଙ୍କ ନିକଟରେ ସେମାନଙ୍କ ନିଜ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି | ୦୫-ମୟୂରଭଞ୍ଜ (ଏସ୍ ଟି) ସଂସଦୀୟ ନିର୍ବାଚନ କ୍ଷେତ୍ର ପାଇଁ ଆଜି ପିତାମ୍ବର ନାଏକ ଏସ ୟୁ ସି ଆଇ (ସି ) ଦଳରୁ ପ୍ରାର୍ଥୀ ଭାବେ ମୟୂରଭଞ୍ଜ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ୨୬-ଯଶିପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଆସନ ପାଇଁ ଭାରତୀୟ ଜନତା ପାର୍ଟି ରୁ ଗଣେଶ ରାମସିଂ ଖୁଣ୍ଟିଆ, ୨୭-ସାରସକଣା ବିଧାନସଭା ନିର୍ବାଚନ ମଣ୍ଡଳୀ ଆସନ ପାଇଁ ଏସ ୟୁ ସି ଆଇ (ସି ) ଦଳରୁ ମଧୁସୂଦନ ନାଏକ ଓ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳରୁ ଅଞ୍ଜନୀ ସୋରେନ,୨୮-ରାଇରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଆସନ ପାଇଁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳରୁ ସୁନାରାମ ଟୁଡୁ,୨୯-ବାଙ୍ଗରିପୋଷୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଆସନ ପାଇଁ ଏସ  ୟୁ  ସି  ଆଇ (ସି) ଦଳର ପ୍ରାର୍ଥୀ ଭାବେ ସର୍ଦ୍ଦାର ସିଂ ୩୧-ଉଦଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଆସନ ପାଇଁ ଭାରତୀୟ ଜନତା ପାର୍ଟି ର ପ୍ରାର୍ଥୀ ଭାବେ ଭାସ୍କର ମଢେଇ, ୩୨-ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଭାରତୀୟ ଜନତା ପାର୍ଟି ର ପ୍ରାର୍ଥୀ ଭାବେ ସନାତନ ବିଜୁଳି ଓ ସ୍ୱାଧୀନ ପ୍ରାର୍ଥୀ ଭାବେ ମାନସ ରଞ୍ଜନ ବେହେରା, ୩୩-ବାରିପଦା ବିଧାନସଭା ନିର୍ବାଚନ ମଣ୍ଡଳୀ ଆସନ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ରଞ୍ଜିତା ହେମ୍ବ୍ରମ ଓ ୩୪-ମୋରଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଆସନ ପାଇଁ ପାଇଁ ଭାରତୀୟ ଜନତା ପାର୍ଟି ରୁ ପ୍ରାର୍ଥୀ ଭାବେ କୃଷ୍ଣ ଚନ୍ଦ୍ର ମହାପାତ୍ର ଓ ସ୍ୱାଧୀନ ପ୍ରାର୍ଥୀ ଭାବେ ମଦନ ମୋହନ ମୁର୍ମୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି |