Onn 3

ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୩ ଗେଟ୍, ମୋଟ୍ ୮ ଗେଟ୍ ଦେଇ ଜଳ ନିଷ୍କାସନ ଜାରି

State

ସମ୍ବଲପୁର : ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଛି । ଫୁଲିଛି ମହାନଦୀ । ହୀରାକୁଦରେ ବଢିଛି ଜଳସ୍ତର । ଖୋଲିଲା ଆଉ ୩ଟି ଗେଟ୍‌ । ଏବେ ମୋଟ୍‌ ୮ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟା ପାଣି । ବାମ ପାର୍ଶ୍ୱର ୬ଟି ଓ ଡାହାଣ ପାର୍ଶ୍ୱର ୨ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇଛି ।ଗତକାଲି

ହୀରାକୁଦ ଡ୍ୟାମର ୫ଟି ଗେଟ୍‌ ଖୋଲିଥିଲା । ବର୍ତ୍ତମାନ ଡ୍ୟାମର ଜଳସ୍ତର ରହିଛି ୬୧୪ ଫୁଟ୍‌ । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ଭିତରକୁ ପ୍ରବେଶ କରୁଛି ୧ ଲକ୍ଷ ୧୬ ହଜାର ୯୮୨ କ୍ୟୁସେକ୍‌ ପାଣି । ସମାନ ପରିମାଣର ବନ୍ୟା ପାଣି ବି ନିଷ୍କାସିତ ହେଉଛି । ହୀରାକୁଦ ପାଣି ଛାଡ଼ିଥିବାରୁ ମହାନଦୀ ଅବବାହିକାରେ ଥିବା ଜିଲ୍ଲାଗୁଡ଼ିକ ଆଲର୍ଟରେ ଅଛନ୍ତି ।