Onn 3

୨ ଦିନରେ ୨ ଜଣଙ୍କ ଜୀବନ ନେଲାଣି ଡେଙ୍ଗୁ

State

ଭୁବନେଶ୍ୱର: ରାଜ୍ୟରେ ଡେଙ୍ଗୁ ନେଲା ଆଉ ଜଣଙ୍କ ଜୀବନ । ଦୁଇ ଦିନ ଭିତରେ ଡେଙ୍ଗୁରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । କ୍ୟାପିଟାଲ ହସ୍ପିଟାଲରେ ଜଣେ ୬୨ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି । ତେବେ ମହିଳାଙ୍କ ମୃତ୍ୟୁ ଡେଙ୍ଗୁଜନିତ ନୁହେଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସୂଚନା ଅନୁସାରେ, ରାଜ୍ୟରେ ବର୍ତମାନ ୫୦୦ରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୨୦୦ରୁ ଅଧିକ ରୋଗୀ କେବଳ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି ।

ସେପଟେ କ୍ୟାପିଟାଲ ହସ୍ପିଟାଲରେ ବର୍ତମାନ ୨୬ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି । ପ୍ରତିଦିନ ୪ରୁ ୫ ଜଣ ରୋଗୀ କ୍ୟାପିଟାଲ ହସ୍ପିଟାଲ ଆସୁଛନ୍ତି ଏବଂ କିଛି ସୁସ୍ଥ ମଧ୍ୟ ହେଉଛନ୍ତି । ସେହିପରି ପ୍ରତିଦିନ ୮୦ ଜଣଙ୍କର ଡେଙ୍ଗୁଜନିତ ପରୀକ୍ଷା କରାଯାଉଛି । ହେଲେ ଏଯାଏଁ ଡେଙ୍ଗୁରେ କାହାରି ମୃତ୍ୟୁ ହୋଇନଥିବା ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି । ସେହିପରି ରାଜ୍ୟରେ ଏପର୍ଯ୍ୟନ୍ତ ୧୮ହଜାର ୨୪ ଜଣ ଡେଙ୍ଗୁ ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୫୫୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ଭିତରୁ ଖୋର୍ଦ୍ଧା ଜିଲ୍ଲା ଡେଙ୍ଗୁର ହଟସ୍ପଟ୍ ପାଲଟିଛି । ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୩୩୬ ଜଣ ଚିହ୍ନଟ ହୋଇଛନ୍ତି ।