Onn 3

୨୩ ଦିନ ହେଲା ଶ୍ୱଶୁର ଘର ବାରଣ୍ଡାରେ ନ୍ୟାୟ ମାଗୁଛନ୍ତି ଦୀପା

State

 

woman-2

ବାସୁଦେବପୁର : ପ୍ରଥମେ ପ୍ରେମ ପରେ ବିବାହ। ଏବେ ବୋହୂର ନ୍ୟାର୍ଯ୍ୟ ଦାବି କରି କୁନି ପୁଅକୁ ଧରି ଶଶୁର ଘର ଆଗରେ ଧାରଣା ଦେଇଛନ୍ତି। ଗତ ୨୩ ଦିନ ହେଲାଣି ଶ୍ୱଶୁର ଘର ବାରଣ୍ଡାରେ ବସିଛନ୍ତି ଦୀପା । ଶୀତ କାକରରେ ଥରୁଛନ୍ତି ମା ଏବଂ ଦେଢ ବର୍ଷର କୁନି ପୁଅ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଇରମ ପଞ୍ଚାୟତ ବଇଁଚା ଗାଁରୁ ଆସିଛି ଏପରି ଘଟଣା ।

୨୦୧୮ ମସିହାରେ ତିହିଡି ବ୍ଲକ ବୁଧପୁର ଗ୍ରାମର ସରୋଜ ବେହେରାଙ୍କ ଝିଅ ଦୀପାରାଣୀକୁ ପ୍ରେମ ବିବାହ କରିଥିଲେ। ପରେ ୨୦୨୧ ମସିହାରେ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ହେଲେ ଅକ୍ଷୟର ପରିବାର ଏହି ପ୍ରେମ ବିବାହକୁ ସହଜରେ ଗ୍ରହଣ ନ କରିନଥିଲେ । ଏପରିକି ଯୌତୁକ ଦାବି କରିବା ସହିତ ଛୋଟ ଜାତିରେ ବିବାହ କରିଥିବାରୁ ନିଜ ପୁଅକୁ ଅନ୍ୟତ୍ର ବିବାହ କରିବାକୁ ଯୋଜନା କରୁଥିଲେ ।

ଏପିରିକି ଗତ ମାସ ୨୦ ତାରିଖରେ ଦୀପକୁ ଏକୁଟିଆ ପାଇଁ ରାତିରେ ଜୀବନରୁ ମାରିବାକୁ ଉଦ୍ୟମ କରିଥିଲେ । ଘଟଣା ସ୍ଥଳରେ ଗ୍ରାମବାସୀ ମାନେ ପହଁଞ୍ଚି ନର ରାକ୍ଷସ ଶଶୁର,ଶାଶୁ ଓ ନଣନ୍ଦ କବଳରୁ ବଞ୍ଚାଇ ନିକଟସ୍ଥ ଥାନାକୁ ଖବର ଦେବା ସହିତ ଗୁରୁତର ଦୀପାକୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇ ଥିଲେ । ହେଲେ କିଛି ଦିନ ପରେ ଦୀପା ସୁସ୍ଥ ହୋଇ ନିଜ ଶଶୁର ଘରକୁ ଫେରି ଦେଖନ୍ତିତ ଘରେ ତାଲା ପକାଇ କେଉଁ ଆଡେ ପଳାଇ ଯାଇଛନ୍ତି । ଏବେ ଦୀପା ଶଶୁର ଘରେ ବୋହୁ ପାଇଁ ନ୍ୟାୟ ଆଶାରେ ନିଜ ରୋଗିଣା କୁନି ପୁଅକୁ ଧରି ଭୋକ ଉପାଷରେ ଧାରଣା ଦେଇଛନ୍ତି। ଯେ ପର୍ଯ୍ୟନ୍ତ ଶଶୁର ଘର ଲୋକ ବୋହୂ ବୋଲି ଗ୍ରହଣ ନ କରିଛନ୍ତି ସେ ପର୍ଯ୍ୟନ୍ତ ସେ ଧାରଣାରେ ବସିବା ସହିତ ନ୍ୟାୟ ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି। ଆଜକୁ ପ୍ରାୟ ୨୩ ଦିନ ହେଲା ଶୀତ କାକରରେ ବସିଛନ୍ତି ଦୀପା । ଦେଢ ବର୍ଷର ଛୁଆକୁ ଧରି ବସିଛନ୍ତି ଦୀପା ।

ଅନ୍ୟ ପଟେ ଯାହାକୁ ପ୍ରେମ କରି ନିଜର ଜନ୍ମିତ ବାପା ମାକୁ ପରି ଚାଲି ଆସିଥିଲେ ସେହି ସ୍ୱାମୀ ଅକ୍ଷୟ କୁମାର ବେହେରା ଏବେ ହାତ ଛାଡିି କେଉଁ ଆଡେ ଚାଲିଯାଇଛନ୍ତି ବୋଲି ଦୀପା କହିଛନ୍ତି।