Onn 3

କେମିତି ହେଲା ଲେଡି ବାର୍ କର୍ମଚାରୀଙ୍କ ମୃତ୍ୟୁ? ବଢୁଛି ସସପେନ୍ସ

Crime State

ଭୁବନେଶ୍ବର: ଭୁବନେଶ୍ବରରେ ଲେଡି ବାର୍ କର୍ମଚାରୀଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ । କେମିତି ହେଲା ମୃତ୍ୟୁ? ଆତ୍ମହତ୍ୟା ନା ହତ୍ୟା ? ଅସ୍ପଷ୍ଟ ରହିଛି ମୃତ୍ୟୁର କାରଣ । ଗତକାଲି ଲକ୍ଷ୍ମୀସାଗର କଟକ ରୋଡ୍ ଦୀପାଳି ବାରେର ଥିବା ଲଜ ରୁମ୍ ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ମୃତକ ହେଲେ ଭଦ୍ରକ କୁଆବାଗ ସାହିର ଶୁଭଲକ୍ଷ୍ମୀ ସାହୁ। ଆଜି ପରିବାର ଲୋକଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର ହେବ । ଏହାପରେ ପୋଷ୍ଟମର୍ଟମ ପାଇଁ ମୃତଦେହ ପଠାଇବ ପୋଲିସ ।

ଦୀପାଲି ବାର୍ ‍ରେ ଥିବା ଲଜର ୨୦୫ ନମ୍ୱର ଶୁଭଲକ୍ଷ୍ମୀଙ୍କର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିଲା । ଶୁକ୍ରବାର ସକାଳ ୩ଟା ୨୦ ସମୟରେ ଗେଷ୍ଟ ହିସାବରେ ରେଜିଷ୍ଟର୍ ‍ରେ ଏଣ୍ଟ୍ରି କରିଥିଲେ । ଗତକାଲି ରୁମ୍ ଭିତରୁ ମୃତଦେହ ଉଦ୍ଧାର ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଲକ୍ଷ୍ମୀସାଗର ଥାନା ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।