Onn 3

ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ପି ସି ପୁର ବିଦ୍ୟାଳୟର ସଫଳତା

State

ବାରିପଦା : ସ୍ଥାନୀୟ ଶହୀଦ ସ୍ମୃତି ଭବନରେ ସମଗ୍ର ଶିକ୍ଷା, ମୟୁରଭଞ୍ଜ ଆନୁକୂଲ୍ୟରେ ଆୟୋଜିତ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ, ସୁରଭି – ୨୦୨୩ ରେ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସାଂସ୍କୃତିକ ଦଳ ଶ୍ରେଷ୍ଠ ସ୍ଥାନ ଅଧିକାର କରି ବିଦ୍ୟାଳୟ ତଥା ବାରିପଦା ବ୍ଲକ ପାଇଁ ଗୌରବ ଆଣିଛନ୍ତି I ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ହାତରୁ ପୁରସ୍କାର ଗ୍ରହଣ କରି ପିଲାମାନେ ବେଶ ଉତ୍ସାହିତ ହୋଇଥିବାର ଦେଖାଯାଇଥିଲା I ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିବା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଦୀପ୍ତି ନାୟକ ପ୍ରମୁଖ କୁନି ପ୍ରତିଭା ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ I

ଏହି କୃତିତ୍ୱ ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମମତାମୟୀ ବିଶ୍ୱାଳ, ବାରିପଦା ଗୋଷ୍ଠୀ ଶିକ୍ଷା ଅଧିକାରୀ ନଳିନୀକାନ୍ତ ପ୍ରଧାନ, ସମଗ୍ର ଶିକ୍ଷା କାର୍ଯ୍ୟାଳୟର ଏଫ ସି ଅଶୋକ ସାମଲ, ଯୋଜନା ସଂଯୋଜକ ମନୋଜ ଶର୍ମା, ଆଦିବାସୀ ଶିକ୍ଷା ସଂଯୋଜକ ସପନ ପୃଷ୍ଟି, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ବ୍ରଜମୋହନ ମୁର୍ମୁ ଓ ତପସ୍ୱିନୀ ଦାଶ, ସି ଆର ସି ସି ଧନଞ୍ଜୟ ସାହୁ ସମେତ ବିଦ୍ୟାଳୟର ଶିକ୍ଷକ / ଶିକ୍ଷୟତ୍ରୀ ତଥା ଅଂଚଳବାସୀ ଅଭିନନ୍ଦନ ଜଣାଇବା ସହ ରାଜ୍ୟ ସ୍ତରରେ ସଫଳତା କାମନା କରିଛନ୍ତି I ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୋମନାଥ ସିଂହ ଏହି ସଫଳତା ପାଇଁ ନୃତ୍ୟ ନିର୍ଦ୍ଦେଶକ ରୁପମ ରାମ, ୱାର୍ଡେନ ସରୋଜ କୁମାର ସାବତ, କଳା ଶିକ୍ଷକ ମହାଶ୍ୱର ମାରାଣ୍ଡି, ଏକାଉଣ୍ଟେଣ୍ଟ ଗୌତମ ପଣ୍ଡାଙ୍କୁ ଶ୍ରେୟ ଦେଇଛନ୍ତି I