Onn 3

ମୟୁରଭଞ୍ଜରେ ପାଳନ ହେଲା ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ମିଲେଟ ବର୍ଷ ଏବଂ ମାଣ୍ଡିଆ ଦିବସ

State

ବାରିପଦା: ଓଡିଶା ସରକାରଙ୍କର କୃଷି ଓ କୃଷକ ସଶକ୍ତିକରଣ ଯୋଜନା ସବୁକୁ ତ୍ୱରାନ୍ୱିତ କରାଇବାପାଇଁ ଆଜି ନଭେମ୍ବର ୧୦କୁ ଅନ୍ତର୍ଜାତୀୟ ମିଲେଟ ବର୍ଷ ଏବଂ ମାଣ୍ଡିଆ ଦିବସ ସାରା ରାଜ୍ୟରେ ପାଳନ କରାଯାଉଛି। ଏଣୁ ଏହି ପରିପେକ୍ଷୀରେ ଆଜି ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ସ୍ଥିତ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ମାଣ୍ଡିଆ ଦିବସ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମର ଉଦ୍ଘାଟନ ଉଦ୍ୟାନ କୃଷି ଉପ ନିର୍ଦ୍ଧେଶକ ଶ୍ରୀ ଟଙ୍କଧର ସାହୁ କରିଥିବା ବେଳେ ଶ୍ରୀ ଦେବବ୍ରତ ଦାଶ, ଏ.ଡ଼ି.ଭି.ଓ, ଶ୍ରୀ ଆଲୋକ କୁମାର ନାଥ, ଏ.ଡ଼ି.ଏଫ.ଓ. ଶ୍ରୀ ସୁରେନ୍ଦ୍ର ସ୍ୱାଇଁ, ଏ.ଡ଼ି.ଏଚ. ଶ୍ରୀମତୀ ଜ୍ୟୋଷ୍ଣା ମହାନ୍ତି, ଅତରିକ୍ତ ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ, ଡ଼. ଜ୍ୟୋତିପ୍ରକାଶ ମିଶ୍ର, ବୈଜ୍ଞାନିକ, କୃଷି ବିଜ୍ଞାନ କେନ୍ଦ୍ର, ଶ୍ରୀ ସୁଧାଂଶୁ ଶେଖର ପଣ୍ଡା, ସହକାରୀ କୃଷି ଅଧିକାରୀ, ଜିଲ୍ଲାର ଅନ୍ୟାନ୍ୟ ଅଧିକାରୀ ଗଣ ଏବଂ ଜିଲ୍ଲାର ବିଭିନ୍ନ ବ୍ଲକ ରୁ ଆସିଥିବା ଚାଷୀ ତଥା ବିଭିନ୍ନ ମହାବିଦ୍ୟାଳୟ ରେ ପଢୁଥିବା ଛାତ୍ର ଛାତ୍ରୀ ଗଣ ଯୋଗ ଦେଇଥିଲେ l

ସମସ୍ତ ଅତିଥି ମାନେ ମିଲେଟ ଚାଷ କିପରି ଭାବରେ ଜିଲ୍ଲାରେ ଅଧିକ ଲୋକ ଅଧିକ ଜାଗାରେ ଚାଷ କରିବେ ଏବଂ ସମସ୍ତଙ୍କ ଖାଦ୍ୟ ଥାଳିରେ ପହଞ୍ଚିବ ତା ଉପରେ ଆଲୋକପାତ କରିଥିଲେ l ମୟୂରଭଞ୍ଜ ଜିଲ୍ଲାର ମାଣ୍ଡିଆ ଚାଷୀ ମାନେ ରାଜ୍ୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଅଗ୍ରଣୀ ଚାଷୀ ହିସାବରେ ବିଭିନ୍ନ ମଞ୍ଚରେ ପୁରସ୍କୃତ ହେଉଛନ୍ତି l ଚାଷୀ ମାନଙ୍କ ପାଖରେ ପଡିଆ ପଡିଥିବା ଉଚ୍ଚ ଜମିରେ ମିଲେଟ ଚାଷ କରିବା ପାଇଁ ଅତିଥି ମାନେ ପରାମର୍ଶ ଦେଇଥିଲେ l କାରଣ ଏହା ବହୁତ କମ ପାଣି ଅମଳ ପାଇଁ ଆବଶ୍ୟକ ହୋଇଥାଏ ଏବଂ ଖାଦ୍ୟ ପାଇଁ ମଧ୍ୟ ପୁଷ୍ଟିକର ଅଟେ l ମିଲେଟ ଚାଷ ପାଇଁ ସରକାରଙ୍କ ତରଫରୁ ପ୍ରୋତ୍ସାହନ ରାଶି ହିସାବରେ ଚାଷୀ ମାନଙ୍କୁ ସର୍ବାଧିକ ୫ ବର୍ଷରେ ଏକ ହେକ୍ଟର ଜମିରେ ଚାଷ ପାଇଁ ଟ. ୨୬,୫௦௦/- ଦେବାର ବ୍ୟବସ୍ଥା ଅଛି l

ଏହି ଅବସରରେ ଓଡିଶା ମିଲେଟ ମିଶନ ରେ ନିୟୋଜିତ ବେସରକାରୀ ସଂସ୍ଥା (NGO) ଯଥା ଗ୍ରାମସ୍ୱରାଜ, ଶକ୍ତିସିଖା, ସ୍ପାରଡ଼ା ଦ୍ୱାରା ଆୟୋଜିତ ଚାରିଗୋଟି ମିଲେଟ ସଚେତନତା ରଥ ଶୁଭାରମ୍ଭ କରାଗଲା l ଗ୍ରାମସ୍ୱରାଜ, ବିଶୋଇ ଦ୍ୱାରା ମିଲେଟ ର ବିଭିନ୍ନ ସାମଗ୍ରୀ ପ୍ରଦର୍ଶନ କରାଯାଇଥିଲା ଏବଂ ଦୁଲାଲ, ବିଜାତଳା ଓ ଶକ୍ତିସିଖା, ସୁଳିଆପଦା ଦ୍ୱାରା ମିଲେଟ ରୁ ପ୍ରସ୍ତୁତ ୨௦ ପ୍ରକାର ରୁ ଅଧିକ ବ୍ୟଞ୍ଜନ ପ୍ରସ୍ତୁତ କରି ସମସ୍ତ ଅତିଥି ଏବଂ ଉପସ୍ଥିତ ଥିବା ଚାଷୀ ଓ ବିଦ୍ୟାର୍ଥୀ ମାନଙ୍କୁ ଖାଇବା ପାଇଁ ପରସା ଯାଇଥିଲା l

ଏହି କାର୍ଯ୍ୟକ୍ରମ କୁ ମୁଖ୍ୟତଃ କୁମାରୀ ମଧୁସ୍ମିତା ଜେନା, ସହକାରୀ କୃଷି ନିର୍ଦ୍ଦେଶକ ଏବଂ ଜିଲ୍ଲା ସଂଯୋଜକ ଶ୍ରୀ ଚରଣ କୁମାର ହାଁସଦା ପରିଚାଳନା କରିଥିଲେ l ଶ୍ରୀ ରାଜାରାମ ସାହୁ, କୁମାରୀ ଅଦିତି ଖାଁ , ଶ୍ରୀ ଅଭୟ କୁମାର ବେହେରା ଏବଂ ଅନ୍ୟ ସହକର୍ମୀ ବୃନ୍ଦ ସହଯୋଗ କରିଥିଲେ |