ସେପ୍ଟେମ୍ବର ସୁଦ୍ଧା ବ୍ୟାଙ୍କଗୁଡ଼ିକ ୪୫,୦୪୬ ସ୍ୱୟଂ ସହାୟକ ଗୋଷ୍ଠୀକୁ ମୋଟ ୫,୭୬୩ କୋଟି ଟଙ୍କାର ଋଣ ମଞ୍ଜୁର କରିଛନ୍ତି, ଯାହା କି ଧାର୍ଯ୍ୟ ରାଶିର ୩୮.୪୩% ଅଟେ । ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ହାରାହାରି ଋଣ ପ୍ରଦାନ ୩.୮୧ ଲକ୍ଷ ଟଙ୍କା ଥିବା ବେଳେ ଏହି ପରିମାଣକୁ ୪ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ବିଭାଗ ଲକ୍ଷ୍ୟ ରଖିଛି।
ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ଅଧାରୁ ଅଧିକ ଋଣ ପ୍ରଦାନ କରି ଏହି ପ୍ରୟାସରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିଲେ ମଧ୍ୟ ଘରୋଇ ବ୍ୟାଙ୍କଗୁଡ଼ିକ ଏବେ ବି ପଛରେ ରହିଛନ୍ତି। ଗଞ୍ଜାମ ଜିଲ୍ଲା ୫୯.୪୭% ଋଣ ଲକ୍ଷ୍ୟ ହାସଲ କରିବାରେ ଅଗ୍ରଣୀ ହୋଇଥିବା ବେଳେ ଦେବଗଡ଼ ୫୨.୭% ଏବଂ ମୟୂରଭଞ୍ଜ ୫୧.୫୩% ରହିଛି।
ଅର୍ଥ ସଚିବ ବିଶାଲ କୁମାର ଦେବ ଏବଂ ମିଶନ ଶକ୍ତି ସଚିବ ସୁଜାତା ଆର କାର୍ତ୍ତିକେୟନ ୫ଟି ଇନିସିଏଟିଭ୍ ଅଧୀନରେ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ଋଣ ମଞ୍ଜୁର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ବ୍ୟାଙ୍କଗୁଡ଼ିକୁ ନିବେଦନ କରିଛନ୍ତି।