ଯୁବକ ଜଣକ ଦୁବାଇରୁ କେମ୍ପେଗୌଡା ଅନ୍ତର୍ଜାତୀୟ ଏୟାରପୋର୍ଟରେ ଓହ୍ଲାଇଥିଲା। ତେବେ ସେ ସୁନା ଚୋରା ଚାଲାଣ କରୁଥିବା ପୂର୍ବରୁ ଗୁଇନ୍ଦା ବିଭାଗ ପାଖରେ ସୂଚନା ରହିଥିଲା। ଏହି ସୂଚନା ଆଧାରରେ ଯୁବକକୁ ଅଟକ ରଖାଯାଇଥିଲା। ଯାଞ୍ଚ ବେଳେ ଜିନ୍ସ ଓ ଅନ୍ତଃବସ୍ତ୍ରରୁ ସୁନା ପେଷ୍ଟ ମିଳିଛି।
ଜଣେ ଅଧିକାରୀ କହିଛନ୍ତି, ରବିବାର ଭୋର ସମୟରେ ସୁନା ଚୋରା ଚାଲାଣକୁ ପଣ୍ଡ କରାଯାଇଛି। ଦୁଇବାଇରୁ ଆସିଥିବା ଇଣ୍ଡିଗୋ ବିମାନ ୬ଇ ୧୪୮୬ରେ ଜଣେ ଯୁବକ ଏଠାକୁ ଆସିଥିଲା।
୨୪ ବର୍ଷୀୟ ଯୁବକଙ୍କ କାର୍ଯ୍ୟକଳାପକୁ ନେଇ ସନ୍ଦେହ ପ୍ରକାଶ ପାଇଥିଲା। ସେ ନିଜର ଜିନିଷପତ୍ର ନ ନେଇ ଏୟାରପୋର୍ଟରୁ ଚାଲି ଯିବାକୁ ବସିଥିଲା। କିନ୍ତୁ ତାକୁ ଅଧିକାରୀମାନେ ଧରିଥିଲେ। ଯାଞ୍ଚ ବେଳେ ସେ ବେଶ ଚତ୍ମକାର ଢଙ୍ଗରେ ପିନ୍ଧିଥିବା ଜିନ୍ସର ଅଣ୍ଟା ନିକଟରେ ସୁନା ପେଷ୍ଟକୁ ଲୁଚାଇ ରଖିଥିବା ଜଣାପଡ଼ିଥିଲା। ଅଧିକ ଖୋଳତାଡ଼ କରିବାରୁ ତା’ ଅନ୍ତଃବସ୍ତ୍ରରୁ ମଧ୍ୟ ଆଉ କିଛି ଗୋଲ୍ଡ ପେଷ୍ଟ ପାଉଚ ମିଳିଥିଲା।
ତା” ପାଖରୁ ମୋଟ ୯୦୭ ଗ୍ରାମ ଗୋଲ୍ଡ ପେଷ୍ଟ ମିଳିଛି। ଏହାର ଦାମ ପ୍ରାୟ ୫୫ ଲକ୍ଷ ଟଙ୍କା ହେବ। ଏବେ ଯୁବକଙ୍କୁ ଗିରଫ କରାଯାଇ ଘଟଣାର ଅଧିକ ତଦନ୍ତ କରାଯାଉଥିବା ଅଧିକାରୀ ଜଣଙ୍କ ସୂଚନା ଦେଇଛନ୍ତି।