Tourist

ସମୁଦ୍ରରେ ବୁଡି ଯାଉଥିବା ୪ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫ ଗାର୍ଡ

State

ପୁରୀ :  ସମୁଦ୍ରରେ ବୁଡି ଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫ ଗାର୍ଡ  l ଯାଜପୁର ଅଞ୍ଚଳର ଗୋଟିଏ ପରିବାରର ୪  ଜଣ ସଦସ୍ୟ ସ୍ନାନ କରୁଥିବା ସମୟରେ ହଟାତ ବୁଡି ଯାଇଥିଲେ  l ସମୁଦ୍ର କୂଳରେ ଉପସ୍ଥିତ ଥିବା ଲାଇଫ ଗାର୍ଡମାନେ ୪ ଜଣକୁ ସୁରକ୍ଷିତ ଉଦ୍ଧାର କରିଛନ୍ତି  l

ଉଦ୍ଧାର ପର୍ଯ୍ୟଟକମାନେ ଯାଜପୁର ଅଞ୍ଚଳର ଗୋଟିଏ ପରିବାରର ସଦସ୍ୟ ହୋଇଥିବା  ଜଣାପଡିଛି  l ଉଦ୍ଧାର ପର୍ଯ୍ୟଟକମାନେ ସୁରକ୍ଷିତ ଥିବା ଜଣାପଡିଛି  l ଉପସ୍ଥିତ ଲାଇଫ ଗାର୍ଡଙ୍କ ଉଦ୍ୟମ ଯୋଗୁ ୪ ଟି ଜୀବନ ବଞ୍ଚି ଯାଇଛି l ବିଭିନ୍ନ ସମୟରେ ପୁରୀ ସମୁଦ୍ରରେ ପର୍ଯ୍ୟଟକ ବୁଡି ପ୍ରାଣ ହରାଉଥିବା ଦେଖିବାକୁ ମିଳିଛି  l ସଚେତନତା ଅଭାବ ଯୋଗୁ ଏଭଳି ଘଟଣା ଘଟୁଥୁବା କୁହାଯାଉଛି l ପୂର୍ବରୁରୁ ମଧ୍ୟ ଅନେକ ପର୍ଯ୍ୟଟକ ସମୁଦ୍ର ରେ ବୁଡି ପ୍ରାଣ ହରାଇଛନ୍ତି  l