Photo For The News Of Maa Nadeisunee

ମା’ ନଣ୍ଡେଇଶୁଣୀଙ୍କ ପ୍ରତିଷ୍ଠା ଉତ୍ସବ

State

ଆଗରପଡ଼ା :ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଂଚାୟତ ନିମପଡ଼ା ଗ୍ରାମରେ ଅଧିଷ୍ଠିତ ଥିବା ମା’ ନଣ୍ଡେଇଶୁଣୀଙ୍କ ପ୍ରତିଷ୍ଠା ଉତ୍ସବ ତିନି ଦିନ ଧରି ଅନୁଷ୍ଠିତ ହୋଇଥିଲା । ପ୍ରଥମ ଦିବସରେ ୨୩ ଜଣ ଦମ୍ପତି ଙ୍କ ଦ୍ୱାରା ନରେନ୍ଦ୍ର ପୁଷ୍କରିଣି ରୁ ଘଟୋତ୍ତୋଳନ କରା ଯାଇ ପୂଜାରମ୍ଭ ହୋଇଥିଲା । ୨ୟ ଓ ୩ୟ ଦିନର ପ୍ରତ୍ୟୁକ୍ଷରୁ ସୂର୍ଯଦେବଙ୍କପୂଜା, ଗୋ ପୂଜାଦି କରାଯିବା ସହ ଯଜେ୍ଞଶ୍ୱରଙ୍କର ଦଶକର୍ମାଦି ସଂସ୍କାର କରାଯାଇ ଚଣ୍ଡିପାଠ ସହ ପତ୍ୟେକ ମନ୍ତ୍ରରେ ଆହୁତି ପ୍ରଦାନ କରାଯାଇଥିଲା । ଯଜ୍ଞର ଶେଷ ଦିବସରେ ମା’ ଙ୍କୁ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା ଏବଂ ଦୁର୍ଗାଙ୍କ ସହସ୍ର ନାମ ସହ ପାଶ୍ୱର୍ସ୍ଥ ଦେବାଦେବୀଙ୍କର ଆହୁତି ପ୍ରଦାନ , ଅଖଣ୍ଡ ନାମ ସଂକୀର୍ତ୍ତନ ସହ ଅପରାହ୍ନରେ ବହୁ ଭକ୍ତଙ୍କ ଉପସ୍ଥିତିରେ ବେଦମାତା ଗାୟତ୍ରୀ ଙ୍କର ମୂଳ ମନ୍ତ୍ରରେ ଏକଶତ ଅଷ୍ଟମନ୍ତ୍ରରେ ଆହୁତି ପ୍ରଦାନ କରାଯିବା ସହ ଘଣ୍ଟ, ଶଙ୍ଖ ଓ ହୁଳହୁଳି ଧ୍ୱନିରେ ବିଶ୍ୱର ମଙ୍ଗଳ ନିମିତତ୍ତପୂର୍ଣ୍ଣାହୁତି ପ୍ରଦାନ କରାଯାଇଥିଲା । ଉକ୍ତ ପୂଜାର ପୁରୋଧା ସୂର୍ଯ୍ୟମଣି ରାଉଳ ଓ ତାଙ୍କପତ୍ନୀ ଛବିରାଣୀ ମୁଖ୍ୟ କଳସ ଆଣିଥିବା ବେଳେ ଯଜ୍ଞ କାର୍ଯ୍ୟ ସଂପାଦନ କରିଥିଲେ ପଣ୍ଡିତ ବୀରେନ୍ଦ୍ର ତ୍ରୀପାଠି ,ଅନ୍ନଦା କର ଶର୍ମା,ସରୋଜ ମିଶ୍ର,ନାରାୟଣ ତ୍ରୀପାଠୀ ,ଜଗନ୍ନାଥ ମିଶ୍ର ପ୍ରମୁଖ । ଏହାକୁ ରବିନ୍ଦ୍ର ରାଉତ,ପ୍ରାଣବନ୍ଧୁ ରାଉଳ,ପ୍ରମୋଦ ରାଉଳ,ବାବାଜୀ ରାଉଳ,ବୀରେନ୍ଦ୍ର ରାଉଳ,ନକୁଳ ଚରଣ ବାରିକ ,କାର୍ତିକ ରାଉଳ,ବାସୁଦେବ ରାଉଳ ,ଉମାକାନ୍ତ ରାଉଳ,ପଦ୍ମନାଭ ରାଉଳ,ପ୍ରଫୁଲ ରାଉଳ,କୃଷ୍ଣ ଚନ୍ଦ୍ର ରାଉଳ ପ୍ରମୁଖ ସହଯୋଗ କରିଥିଲେ ।