Photo For The News Of Annual Function Of School

କୌଶଲ୍ୟା ଉ.ପ୍ରା ବିଦ୍ୟାଳୟ ବାର୍ଷିକୋତ୍ସବ

State

ଆଗରପଡ଼ା :ବନ୍ତ ବ୍ଲକ ରାମପୁର ପଞ୍ଚାୟତ ଅଧିନସ୍ଥ ସରକାରୀ କୌଶଲ୍ୟା ଉ.ପ୍ରା ବିଦ୍ୟାଳୟର ବାର୍ଷିକୋତ୍ସବ ଶୁକ୍ରବାର ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ଅଶୋକ କୁମାର ଦାସ ଙ୍କ ସଭାପତିତ୍ୱରେ ଅନୁଷ୍ଟିତ ଉତ୍ସବରେ ଅତିଥିଭାବେ ବନ୍ତ ବ୍ଳକ ଶିକ୍ଷାଧିକାରିଣୀ ମଂଜୁଳାବାଳା ନାୟକ,ପ୍ରାକ୍ତନ ପ୍ରଧାନ ଶିକ୍ଷକ ବିଶ୍ୱନାଥ ସାମଲ, ବ୍ଲକ ଶିକ୍ଷା ସଂଯୋଜକ ହରେକୃଷ୍ଣ ଆପଟ,ପ୍ରାକ୍ତନ ସିଆରସିସି ସୁଧିର ରାଉତ,ସିଆରସିସି ସନ୍ତୋଷ ମଲ୍ଲିକ,ସରପଞ୍ଚ ଗିରିଧାରୀ ସାହୁ,ପ୍ରାକ୍ତନ ସିଆରସିସି କରୁଣାକର ନାୟକ, କୁଣ୍ଡଳା ଉ.ପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶରତ ନାୟକ,କଳା ଶିକ୍ଷକ ସୁରେନ୍ଦ୍ର ସେଠୀ ପ୍ରମୁଖ ଯୋଗଦେଇଥିଲେ । ବିଦ୍ୟାଳୟର ସହକାରୀ ଶିକ୍ଷକ ନରେନ୍ଦ୍ର ସାହୁ ସ୍ୱାଗତ ଭାଷଣ ଓ ଅତିଥିପରିଚୟ ପ୍ରଦାନକରିଥିବା ବେଳେ ବାର୍ଷିକ ବିବରଣୀ ପାଠ କରିଥିଲେ ଶିକ୍ଷକ ମନୋରଂଜନ ମଲ୍ଲିକ ଓ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରକାଶ ଚନ୍ଦ୍ର ଜେନା । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସଂଗୀତ ,ନୃତ୍ୟ, ନାଟକ ଆଦି ଅନୁଷ୍ଠିତ ହେବାସହ ,ଚଳିତବର୍ଷ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗୀତାରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ପ୍ରମାଣ ପତ୍ର ଦେଇ ପୁରସ୍କୃତ କରିଥିଲେ । ଶିକ୍ଷକ ଅନିରୁଦ୍ଧ ମଙ୍ଗଳ ,ଶିକ୍ଷୟିତ୍ରୀ ମନୋରମା ପାଢ଼ୀ.,କମିଟି ସଭ୍ୟା ଅନୁପମା ବିଶ୍ୱାଳ,ଗୈାରୀରାଣୀ ବେହେରା, ଙ୍କସହ ଗ୍ରାମବାସୀମାନେ ସହଯୋଗ କରିଥିଲେ । ସେହିପରି ବନ୍ତ ବ୍ଲକ ପଧାନପଡ଼ା ପଂଚାୟତର ବନବିହାରୀ ସରକାରୀ ଉ.ପ୍ରା ବିଦ୍ୟାଳୟର ବାର୍ଷିକ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଅଜୟ ପୃଷ୍ଟିଙ୍କ ତ୍ତତତ୍ୱାବଧାନରେ ଅନୁଷ୍ଠିତ ଉତ୍ସବରେ ଅତିଥିଭାବେ ବ୍ଲକର ଅତିରିକ୍ତ ଶିକ୍ଷାଧିକାରୀ ପ୍ରମୋଦ ପଣ୍ଡା , ଜାତୀୟ ପୁରସ୍କୃତ ଶିକ୍ଷକ ଶଶୀଶେଖର କର ଶର୍ମା,ଅଲେଖ ଚନ୍ଦ୍ର ନାୟକ,ଭାଷ୍କର ଚନ୍ଦ୍ର ପାଢ଼ୀ, ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ୟାକତ ଅଲ୍ଲୀ ,ମହତାବ ମ.ଇ ର ପ୍ରଧାନଶିକ୍ଷକ ରମାକାନ୍ତ ଜେନା,ସଭାପତି ପ୍ରଦୀପ୍ତ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଶିକ୍ଷକ ସେକ ଆଜାରୁଦ୍ଧିନ ଅତିଥିପରିଚୟ ,ବାର୍ଷିକ ବିବରଣୀ ପାଠ ଶିକ୍ଷୟିତ୍ରୀ ଦୀପ୍ତିରେଖା ସାହୁ, ଧନ୍ୟବାଦ ଅର୍ପଣ କରିଥିଲେ ସତ୍ୟରଂଜନ ଦାସ । ଏହାକୁ ଶିକ୍ଷକ /ଶିକ୍ଷୟିତ୍ରୀ ବୀଣାପାଣି ମହାକୁଡ଼,ଝିଲିରାଣୀ ପଲେଇ,ପ୍ରଫୁଲ ମଲ୍ଲିକ,ସେକ ରମଜାନ ଅଲ୍ଲୀ ,ରମେଶ ପ୍ରସାଦ କର ପ୍ରମୁଖ ସହଯୋଗ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଂଗୀତ,ନୃତ୍ୟ ,ଅଭିନୟ ଆଦି ଅନୁଷ୍ଠିତ ହୋଇ ଚଳିତବର୍ଷ ଆୟୋଜିତ ହୋଇଥିବା କ୍ରୀଡ଼ା ପ୍ରତିଯୋଗୀତାରେ କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପ୍ରମାଣ ପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରିଥିଲେ ।