Onn 3

ଜୁନ 16 ଓ 17 ରେ ରାଜ୍ୟ ସ୍ତରୀୟ ଖେଳକୁଦ ପାଇଁ ଖେଳାଳି ଚୟନ

sports

ବାରିପଦା: ସ୍ଥାନୀୟ ବାରିପଦା ଷ୍ଟାଡିୟମରେ ରାଜ୍ୟ ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ପାଇଁ ଖେଳାଳି ଚୟନ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ ଚଳିତ ମାସ 16 ଓ 17 ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହେବ ବୋଲି ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଜଣାଇଛନ୍ତି I ଏଥିରେ ମୟୁରଭଞ୍ଜ ଜିଲ୍ଲାର 14, 16, 18, 20 ଓ 23 ବର୍ଷରୁ କମ ତଥା ପୁରୁଷ ଓ ମହିଳା ବିଭାଗର ଖେଳାଳି ଦୌଡ଼, ଡିଆଁ ସହିତ ସଟପୁଟ, ଡ଼ିସକାସ ଓ ଜାଭେଲିନ ଥ୍ରୋରେ ନିଜ ନିଜର ଉତ୍କର୍ଷ ଖେଳ ପ୍ରଦର୍ଶନ କରି ରାଜ୍ୟ ସ୍ତରରେ ଅଂଶ ଗ୍ରହଣ କରିପାରିବେ I 13 ରୁ 15 ତାରିଖ ମଧ୍ୟରେ ଇଛୁକ ଖେଳାଳି ମାନେ ଷ୍ଟାଡିୟମ ଅଫିସରେ ନିଜ ନିଜର ନାମ ପଞ୍ଜିକରଣ କରିପାରିବେ ବୋଲି ଏଥଲେଟିକ ସହ ସମ୍ପାଦକ ଅମ୍ବିକା ରାଉତ ଜଣାଇଛନ୍ତି I

ପଞ୍ଜିକରଣ ସମୟରେ ଆଧାର କାର୍ଡ, ଡିଜିଟାଲ ଜନ୍ମ ପ୍ରମାଣ ପତ୍ର ଦାଖଲ କରିବାକୁ ଅନୁରୋଧ I 12 ବର୍ଷରୁ କମ ଖେଳାଳି ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିପାରିବେ ନାହିଁ I ପ୍ରକାଶ ଥାଉକି ଓଡିଶା ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ଏଥଲେଟିକ ମିଟ ଭୁବନେଶ୍ୱର ସ୍ଥିତ କିଟ ଷ୍ଟାଡିୟମରେ ଚଳିତ ମାସ 22 ରୁ 25 ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ସାଧାରଣ ସମ୍ପାଦକ ଶ୍ରୀ ଦାସଙ୍କ ସୂତ୍ରରୁ ପ୍ରକାଶ I