Onn 3

ଆସନ୍ତା ଜାନୁଆରୀ ୨୩, ୨୪ରେ ମୟୂରଭଞ୍ଜ ରେ ଆୟୋଜିତ ହେବ ଏସ୍ ଡି ସି କପ୍

sports State

ବାରିପଦା: ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ କର୍ତୃପକ୍ଷ, ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ ଦୁଇ ଦିନିଆ ଆଥଲେଟିକ ଜନଜାତି କ୍ରୀଡା ଆୟୋଜନ କରିବାକୁ ଯାଉଛନ୍ତି | ଯେଉଁଥିରେକି ଜିଲ୍ଲାର ସମସ୍ତ ଆଦିବାସୀ କ୍ରୀଡ଼ାବିତ ମାନେ ଅଂଶ ଗ୍ରହଣ କରିବାର ସୁଯୋଗ ପାଇବେ | ଏହି ଜନଜାତି କ୍ରୀଡା ପ୍ରତିଯୋଗିତା ବା ଏସ୍ ଡି ସି କପ୍ ପାଇଁ ସମଗ୍ର ଜିଲ୍ଲାରେ ପଂଚାୟତ ସ୍ତର ଠାରୁ ଆରମ୍ଭ କରି ଜିଲ୍ଲା ସ୍ତର ପର୍ଯ୍ୟାନ ପ୍ରତିଯୋଗିତା ହେବାର ବୟବଶ କରା ଯାଇଛି | ଏହି ପରିପ୍ରେକ୍ଷୀରେ, ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ କର୍ତୃପକ୍ଷ ଅଧ୍ୟକ୍ଷ ଡଃ ଦେବାଶିଷ ମାର୍ଣ୍ଡି, ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜ ଏବଂ ଜିଲ୍ଲାର ଅନ୍ୟାନ୍ୟ କୋର କମିଟିର ସଦସ୍ୟ ତଥା ଅଧିକାରୀ ମାନେ ଉପସ୍ଥିତରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏକ ବୈଜ୍ଞକରେ ଉପସ୍ଥିତ ରହି ଏହି ଆୟୋଜନକୁ ସଫଳ କରାଇବା ପାଇଁ ବିଭିନ୍ନ ପ୍ରସବ ଦେଇଥିଲେ |

ସୂଚନା ଅନୁସାରେ, ୨ ଦିନ ଧରି ହେବାକୁ ଥିବା ଏହି କ୍ରୀଡା ପ୍ରତିଯୋଗିତା ପାଇଁ ଆସନ୍ତା ଜାନୁଆରୀ ୨୩, ୨୪ ତାରିଖ ଧାର୍ଯ୍ୟ କରା ଯାଇଛି | ସମୁଦାୟ ଗ୍ରାମ ପଂଚାୟତ ସ୍ତର ରୁ ୪୦୪ଟି ଦଳ (ଉଭୟ ପୁରୁଷ ଓ ମହିଳା) ଏହି ପ୍ରତିଯୋଗିତାରେ ଭାଗ ନେବାକୁ ସ୍ଥିର କରାଯାଇଛି | ୧୦୦ ମିଟର ଦୌଡ, ୨୦୦ ମିଟର ଦୌଡ, ଫୁଟବଲ, ହକି ଏବଂ ଲମ୍ବ ଡିଆଁ ଭଳି ଖେଳ ମାନ ଏହି ଶ୍ରେଣୀରେ ଅଛି | ଏହି ଆୟୋଜନର ମୁଖ୍ୟ ଦାୟିତ୍ୱ ସ୍ୱତନ୍ତ୍ର ଉନ୍ନୟନ କର୍ତୃପକ୍ଷ ଏବଂ ସମନ୍ବିତ ଆଦିବାସୀ ବିକାଶ ସଂସ୍ଥା କରୁଥିବା ବେଳେ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ, ଏବଂ ଜିଲ୍ଲା କ୍ରୀଡା ଅଧିକାରୀ ଏହି କ୍ରୀଡା ର ପରିଚାଳନା କରିବେ ବୋଲି ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଥିଲେ | ଏଥି ସହିତ ଏହି କାର୍ଯ୍ୟକ୍ରମର ସମ୍ପୂର୍ଣ ଗଣମାଧ୍ୟମ ପ୍ରଚାର ପ୍ରସାର ପାଇଁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କୁ ଦାୟିତ୍ୱ ଦିଆଯାଇଛି |ଏହି ବୈଠକରେ ସମସ୍ତ ସମନ୍ବିତ ଆଦିବାସୀ ବିକାଶ ସଂସ୍ଥାର ପ୍ରକଳ୍ପ ପ୍ରଶାସକ, ଏବଂ ଜିଲ୍ଲାର ସମସ୍ତ ମୁଖ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l