Ds

ଗଛରୁ ଉଦ୍ଧାର ହେଲା ନବବଧୂଙ୍କର ଝୁଲନ୍ତା ମୃତଦେହ

Crime State

ବାଲେଶ୍ୱର: ସୋର ଥାନା ଗୋପୀନାଥପୁର ପଞ୍ଚାୟତ ଉପରଗଡ଼ ଗାଁରେ ଅଭାବନୀୟ ଘଟଣା ଘଟିଛି। ଗଛରୁ ମିଳିଲା ନବ ବିବାହିତ ମହିଳାଙ୍କର ଝୁଲନ୍ତା ମୃତଦେହ। ମୃତା ମହିଳା ଜଣକ ହେଲେ ୨୨ ବର୍ଷୀୟା ଗୌରୀ ମୁଦୁଲି । ଗୌରୀଙ୍କ ବାପ ଘର ଖଇରା ଥାନା କୁପାରୀ କବର ଗାଁରେ । ୮ ଦିନ ତଳେ ସେ ଉପରଗଡ଼ ଗାଁର ବସନ୍ତ ସିଂଙ୍କୁ ବିବାହ କରିଥିଲେ ।

ସୂଚନା ଅନୁସାରେ, ପରମ୍ପରା ଅନୁଯଆୟୀ ବିବାହ ପରେ ଗୌରୀ ନିଜ ଘରକୁ ବୁଲିବା ପାଇଁ ଯାଇଥିବା ବେଳେ ଗତକାଲି ଶ୍ୱଶୁର ଘରକୁ ଫେରିଥିଲେ । ହେଲେ ଆଜି ଶାଶୁ ଘର ଆଗରେ ଥିବା ଜଙ୍ଗଲର ଏକ ଗଛରେ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ମିଳିଥିଲା।

ଶାଶୁ ଘର ଲୋକେ ଗୌରୀଙ୍କୁ ହତ୍ୟା କରି ଦେଇଥିବା ତାଙ୍କ ବାପ ଘର ଲୋକ ଅଭିଯୋଗ କରିଛନ୍ତି। ଘଟଣା ସମ୍ପର୍କରେ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ପୋଲିସ ଗୌରୀଙ୍କ ସ୍ୱାମୀ ସମେତ ଅନ୍ୟ ଶାଶୁ ଘର ସଦସ୍ୟଙ୍କୁ ପଚରାଉଚରା କରୁଛି।