Onn 3

ବ୍ଲକ ସ୍ତରୀୟ ଯୁବ କ୍ରୀଡ଼ା ପ୍ରତିଯୋଗିତା ଶୁଭାରମ୍ଭ

sports State

ନିଶ୍ଚିନ୍ତକୋଇଲି : ରାଜ୍ୟ ସରକାରଙ୍କ ଯୁବବିକାଶ ଯୋଜନାରେ ଓଡ଼ିଶା-ଓ,ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ୪ଟି ସ୍ଥାନରେ ଶୁଭାରମ୍ଭ ହୋଇଛି । କେନ୍ଦୁପାଟଣା ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ବାଳକ ଓ ବାଳିକା ବିଭାଗରେ ଖୋ ଖୋ ଖେଳ ପ୍ରତିଯୋଗିତାକୁ ବିଡ଼ିଓ ଧର୍ମରଂଜନ ପଣ୍ଡା ଉଦଘାଟନ କରିଥିଲେ । ଏଥିରେ ବାଳକ ବିଭାଗରେ ୬ଟି ଓ ବାଳିକା ବିଭାଗରେ ୨ଟି ଟିମ୍ ଅଂଶ ଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ କେନ୍ଦୁପାଟଣା ଟିମ୍ ଚମ୍ପିୟନ ହୋଇଥିଲା ବେଳେ ଅସୁରେଶ୍ୱର ଟିମ୍ ପ୍ରଥମ ରନର୍ସଅପ ଓ ବନ୍ଧୁପୁର ଟିମ୍ ୨ୟ ରନର୍ସ ଅପ ହୋଇଛନ୍ତି । ଏହି ଉଦ୍‌ଘାଟନ ଉତ୍ସବରେ କ୍ରୀଡ଼ା ନୋଡ଼ାଲ ଅଫିସର ବିଭୁଦତ୍ତ ରାଉତରାୟ ଙ୍କ ସଂଯୋଜନାରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ନିରଞ୍ଜନ ଭୂୟାଁ,ସମ୍ମାନୀତ ଅତିଥି ଭାବେ ସରପଞ୍ଚ ପ୍ରଗତିପ୍ରଭା ମହାନ୍ତି, ସମିତିସଭ୍ୟ ଭାରତୀ ରାଉତ, ଶିକ୍ଷକ ରଂଜନ କୁମାର ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ ।

ବ୍ଲକ କ୍ରୀଡ଼ା ସମ୍ପାଦକ ମନୋରଂଜନ ଦଳାଇଙ୍କ ନେତୃତ୍ୱରେ ସନାତନ ସାହୁ, ଅକ୍ଷୟ ସିଂ, ମନୋରଂଜନ ବେହେରା, ଜୟନ୍ତ କୁମାର ସାହୁ, ଲୀନା ରାଉତ, ରଶ୍ମିତା ଦେହୁରୀ ,ଜ୍ୟୀବନଜ୍ୟୋତି ନାୟକ ପ୍ରମୁଖ ଖେଳ ପରିଚାଳନା କରିଥିଲେ । ସେହିପରି ରାମକୃଷ୍ଣପୁର ନାଳିପଡ଼ିଆ ଏବଂ କେରିଲୋ ହାଣ୍ଡିଭଙ୍ଗା ପଡ଼ିଆ ଠାରେ ଆରମ୍ଭ ହୋଇଥିବା କ୍ରିକେଟ ପ୍ରତିଯୋଗିତାକୁ ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ, ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା ଶୁଭାରମ୍ଭ କରିଥିଲାବେଳେ ଏଥ୍‌ôରେ ବ୍ଲକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି,ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଗିରିଶରଂଜନ ମହାପାତ୍ର, ଜିଲ୍ଳାପରିଷଦ ଭୂପତିଭୂଷଣ ଷଣ୍ଢ,ଜସ୍ମିତା ସେଠୀ,ବିପ୍ଳବ କାପ,ବିଳାସ ଭୋଇ, ସରପଞ୍ଚ ଭାରତୀ ସ୍ୱାଇଁ,ଜିଗ୍ନୀପୁର ସରପଞ୍ଚ ତିଳୋତ୍ତମା ରାଉତ, ସମିତିସଭ୍ୟ ନର୍ମଦା ରାଉତ,ପୂର୍ବତନ ଜିଲ୍ଲାପରିଷଦ ବିନୋଦ ସାମଲ, ଯୁବନେତା ଜ୍ଞାନରଂଜନ ରାଉତ, ହୃଷିକେଶ ସ୍ୱାଇଁ, ରୁଦ୍ରପ୍ରସାଦ ମହାନ୍ତି,ପ୍ରମୋଦ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ ।