Police 1

ହୋଲି ଖେଳକୁ କେନ୍ଦ୍ର କରି ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ, ଜଗତପୁର ଓ ବାରଙ୍ଗରେ ଗୋଷ୍ଠୀ ସଂଘର୍ଷ

State

ହୋଲି ଖେଳକୁ କେନ୍ଦ୍ର କରି କଟକ ଜଗତପୁରରେ ଦୁଇ ସାହି ଭିତରେ ହୋଇଛି ଗଣ୍ଡଗୋଳ । ଢେଲା ପଥର ମାଡ଼ରେ ଜଣେ ଗୁରୁତର ହୋଇଛନ୍ତି । ଚିକିତ୍ସା ପାଇଁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଁଚି ନିୟନ୍ତ୍ରଣକୁ ଆଣିବାକୁ ଉଦ୍ୟମ ଚଳାଇଛି ।
ସେହିପରି ବାରଙ୍ଗରେ ଗୋଷ୍ଠୀ ସଂଘର୍ଷ ହୋଇଛି । ବାରଙ୍ଗ ଥାନା ନରାଜରେ ହୋଲିଖେଳ ବେଳେ ହୋଇଛି ଗଣ୍ଡଗୋଳ । ଗତକାଲି ଦୋଳ ପୂର୍ଣ୍ଣମୀକୁ ନେଇ କୈବର୍ତ୍ତ ସାହି ଓ ଗୋପାଳସାହି ମଧ୍ୟରେ ଆରମ୍ଭ ହୋଇଥିଲା ଗଣ୍ଡଗୋଳ । ପୋଲିସ ଉଭୟ ପକ୍ଷଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । କିନ୍ତୁ ଆଜି ହୋଲିରେ ପୁଣି ମୁହାଁମୁହିଁ ହୋଇଛନ୍ତି ଦୁଇ ସାହି ।

ଖବର ପାଇ ଗୋଡିସାହି ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରିସ୍ଥିତି ଅଣାୟତ୍ତ ହେବାରୁ ବାରଙ୍ଗ ଥାନା ଅଧିକାରୀ ଏବଂ ଜୋନ ଏସିପି ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ ଉତ୍ତ୍ୟକ୍ତ ଲୋକଙ୍କୁ ଆୟତ କରିବା ପାଇଁ ନାକେଦମ ହୋଇଥିଲା ପୋଲିସ । ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ବାର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ।