Onn 3

ଉତରାକାଶୀରେ ନିର୍ମାଣଧୀନ ଟନେଲରେ ଫଶିଥିବା ପୁଅର ଉଦ୍ଧାର ପାଇଁ ପରିବାରଙ୍କ ଆକୁଳ ନିବେଦନ

State

ବାରିପଦା: ଉତ୍ତରାଖଣ୍ଡର ଉତ୍ତରାକାଶୀରେ ନିର୍ମାଣଧୀନ ଟନେଲରେ ୫୦ ରୁ ଉର୍ଦ୍ଧ୍ବ ଓଡ଼ିଶା, ଝାଡ଼ଖଣ୍ଡ,ବିହାର, ଉତ୍ତରପ୍ରଦେଶର ଦାଦନ ଶ୍ରମିକ କାମ କରୁଥିଲେ । ହଠାତ୍ ରବିବାର ଦିନ ଭୂଷ୍ଖଳନ ହେବା ଫଳରେ ଶ୍ରମିକମାନେ ଟନଏଲ ଭିତରେ ଫଶି ଯାଇଛନ୍ତି । ଶ୍ରମିକ ମାନଙ୍କୁ ଉଦ୍ଧାର ପାଇଁ ପ୍ରଶାସନ ପକ୍ଷରୁ ଉଦ୍ଧାରକାରୀ ଦଳ ଯୁଦ୍ଧକାଳୀନ ଭିତରେ ବ୍ୟାପକ ଚେଷ୍ଟା ଚଳାଇଛନ୍ତି ।ପାଇପ ଯୋଗେ ଅମ୍ଳଯାନ ଏବଂ ଖାଦ୍ୟ ସେମାନଙ୍କ ପାଖକୁ ପହଞା ଯାଉଛି । ଉଦ୍ଧାରକାରୀଙ୍କ ଦ୍ବାରା ସଫେଇ କ।ଯ୍ୟ ଚାଲୁରହିଛି । ଫଶିଥିବା ଶ୍ରମିକଙ୍କ ମଧ୍ୟରେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଅଂଚଳର ଵେଢାକୁଦ ଗ୍ରାମର ଧୀରେନ,ଯୋଗୀଵନ୍ଧ ଗ୍ରାମର ବିଶେଶ୍ବର ନାଏକ ଏବଂ ଵହଳଦଦା ବ୍ଳକର ଝରାଡିହି ପଞ୍ଚାୟତର କୁଲଡ଼ିହା ଗ୍ରାମର ରାଜୁ ନାଏକ ।ଝରାଡିହିର ରାଜୁ ନାଏକ ଘର ଆର୍ଥିକ ପରିସ୍ଥିତି ଅତ୍ୟନ୍ତ ଦୟନୀୟ ଯୋଗୁଁ ୬ ମାସ ହେଲା ଦାଦନ ଖଟିବାକୁ ଉତ୍ତରାଖଣ୍ଡ ଯାଇଥିଲା ।

ଘର ଲୋକେ ତା ବାପା ମୋଚୀରାମ, ମା, ଭଉଣୀ ଏବଂ ଗ୍ରାମବାସୀ ଦୁଃଖରେ ମର୍ମାହତ ।ଘରେ କାନ୍ଦ ବୋବାଳି ଛୁଟୁଛି ।ଶୁଣିବା ଠାରୁ ଘରେ ଚୁଲି ଜରୁରୀ । ସମସ୍ତେ ମଥାରେ ହାତ ଦେଇ ବସିଛନ୍ତି ।କେମିତି ପୁଅ ଶିଘ୍ର ମୃତ୍ୟୁ ଯନ୍ତାରୁ ମୁକୁଳିବ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି । ସରକାର ତାଙ୍କୁ ପୁଅକୁ ରକ୍ଷା କରନ୍ତୁ ବୋଲି ଗୁହାରି କରୁଛନ୍ତି ।ରାଜୁ କଥା ଶୁଣି ଗ୍ରାମବାସୀ, ସାଙ୍ଗ ,ସାଥୀ ସମସ୍ତେ ମ୍ରିୟମାଣ ।