Bus Durghtana

ବସ-ବାଇକ ମୁହାମୁହିଁ ଧକ୍କାରେ ଦୁଇ ମୃତ

State

ନିଶ୍ଚିନ୍ତକୋଇଲି : କଟକ ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ବ୍ଲକ ବିବିଏନ ପ୍ଲାଷ୍ଟିକ କାରଖାନା ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବାଇକ ଉପରେ ସିଧାସଳଖ ଟ୍ରାଭେଲ ବସଟି ଚଢିଯିବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଅନ୍ତର୍ଗତ ଗୋକୁଳପୁର ଗ୍ରାମର ସୁବ୍ରତ ସିଂ(୨୫) ତାଙ୍କ ବାଇକ ଯୋଗେ ତାଙ୍କର ସାଙ୍ଗ କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭରତପୁର ଗ୍ରାମର ବିଶ୍ୱଜିତ୍ ପଣ୍ଡା(୨୬)ଙ୍କୁ ବସାଇ କେନ୍ଦ୍ରାପଡ଼ା ଅଭିମୁଖେ ଯାଉଥିଲେ । କେନ୍ଦ୍ରାପଡ଼ାରୁ କଟକ ଅଭିମୁଖେ ଯାଉଥିବା ଉକ୍ତ ବସଟି ବାଇକଙ୍କୁ ମୁହାମୁହିଁ ଧକ୍କା ଦେଇ ରାସ୍ତା ପାଶ୍ୱର୍ସ୍ତ ମୁଗ ବିଲକୁ ଖସି ଯାଇଥିଲା । ବସର ଆଗ ଚକ ତଳେ ବାଇକଟି ରହିଯାଇଥିଲା ବେଳେ ୨ଯୁବକ ଛିଟିକି ରାସ୍ତାରେ ଉପରେ ପଡ଼ିଥିଲେ ।

ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ମଧ୍ୟ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବସରେ ଡ଼୍ରାଇଭର ଓ ହେଲପର ବ୍ୟକ୍ତିତ୍ୱ କେହି ଯାତ୍ରୀ ନଥିବା ପୋଲିସ କହୁଥିବା ବେଳେ ବିଳମ୍ବିତ ରାତିରେ ବରାଯାତ୍ରୀଙ୍କୁ ଛାଡ଼ି ବସଟି ଫେରୁଥିବା ଜଣାଯାଇଛି । ଦୁର୍ଘଟଣା ସ୍ଥଳକୁ ଆରଟିଓ କର୍ମଚାରୀ ମାନେ ଆସି ତଦନ୍ତ କରି ଫେରିଯାଇଥିଲା ବେଳେ ମୃତକ ସୁବ୍ରତଙ୍କ ଦାଦା ସୁବାଶିଷଙ୍କ ଅଭିଯୋଗକୁ ଆଧାର କରି ପୋଲିସ ଏକ ମାମଲା ରୁଜୁ କରିଛି । ମୃତକ ଦୁଇ ଯୁବକଙ୍କୁ ବ୍ୟବଚ୍ଛେଦ କରାଯିବା ପରେ ଶବ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି । ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବା ବାଇକ ଏବଂ ବସଟିକୁ ପୋଲିସ ଜବତ କରିଛି । ଏଭଳି ମର୍ମଦୁନ୍ତ ସଡ଼କ ଦୁର୍ଘଟଣାର ସଠିକ୍ ତଥ୍ୟ ମିଳୁନଥିବା ବେଳେ ପୋଲିସର ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ସାଲେପୁର ଆଇଆଇସି ପ୍ରକାଶ କରିଛନ୍ତି ।