Nischintakoili Block Re Bhasa Sahitya Samilani

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀକୁ ବ୍ଲକ ସ୍ତରୀୟ ସ୍ୱାଗତ

State

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଲକ କାର୍ଯ୍ୟାଳୟ ପରିସରରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀକୁ ବ୍ଲକ ସ୍ତରରେ ସ୍ୱାଗତ କରାଯାଇଛି । ବିଡ଼ିଓ ଧର୍ମରଂଜନ ପଣ୍ଡାଙ୍କ ସଭାପତିତ୍ୱରେ ଏଥ୍‌ôରେ ବହୁ କବି,ଲେଖକ,ସାହିତ୍ୟିକ,ସ୍ତମ୍ଭକାର,ସାମ୍ବାଦିକ ଓ ସାରସ୍ୱତ ସାଧକ ଯୋଗ ଦେଇ ଓଡ଼ିଆ ଭାଷାକୁ ସମୃଦ୍ଧି କରିବାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରି ବ୍ଲକ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଛନ୍ତି । ଏଥ୍‌ôରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ, ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ଅତିରିକ୍ତ ବିଡ଼ିଓ ଅଶୋକ କୁମାର ମହାନ୍ତି,ସିଡ଼ିପିଓ ସତ୍ୟଭାମା ବିଶୋଇ ପ୍ରମୁଖ ଯୋଗ ଦେଇଥିଲେ । ଜିଆରଏସ ରାଜେଶ ସାହୁଙ୍କ ସଂଯୋଜନାରେ ଉତ୍କଳଜ୍ୟୋତି କବି ରଘୁନାଥ ମହାନ୍ତି, ସାହିତ୍ୟିକ ଫକୀରଚରଣ ନାୟକ, ଶିଶୁ ସାହିତ୍ୟିକ ଶ୍ୟାମ ସୁନ୍ଦର ଲେଙ୍କା, କବି ଅଧ୍ୟାପିକା ଡ଼ଃ ପୁଷ୍ପିତା ଜେନା, ସାରସ୍ୱତ ସାଧକ କବି ଶ୍ରୀଧରଶେଖର ମହାପାତ୍ର, ଶରତଚନ୍ଦ୍ର ରଥ, ଶିକ୍ଷାବିତ୍ ମମତା ମହାପାତ୍ର, ସାମ୍ବାଦିକ ବଲ୍ଲଭଚରଣ ପଲେଇ, କବି ପ୍ରମୋଦ ଦାଶ ପ୍ରମୁଖ ଯୋଗ ଦେଇ ଓଡ଼ିଆ ଭାଷାର ଅସ୍ମିତାକୁ ସମୃଦ୍ଧି ଓ ତ୍ୱରାନ୍ୱିତ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ମହାବିଦ୍ୟାଳୟ ସ୍ତରୀୟ ସାହିତ୍ୟ ଆଲୋଚନାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀମାନଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।