Katarpada School Re Bhasa Sahitya Sami Lani

କଟରପଡ଼ା ସ୍କୁଲରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀକୁ ସ୍ୱାଗତ

State

ନିଶ୍ଚିନ୍ତକୋଇଲି: କଟରପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭାଷା ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ପାଳନ ଅବସରରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪କୁ ସ୍ୱାଗତ କରାଯାଇଛି । କ୍ଷେତ୍ରମୋହନ ବିଦ୍ୟାପୀଠର ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଏଥ୍‌ôରେ ମୁଖ୍ୟଅତିଥି ଭାବେ ଶିକ୍ଷାବିତ୍ ରବୀନ୍ଦ୍ର କୁମାର ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ସାରସ୍ୱତ ସାଧକ ବିଷ୍ଣୁଚରଣ ମିଶ୍ର, ସମ୍ମାନୀତ ଅତିଥି ଭାବେ କବି ମହେନ୍ଦ୍ର ଘଡ଼ାଇ, ଶିକ୍ଷାବିତ୍ ରବିନାରାୟଣ ସାହୁ, ମନୋଜ କୁମାର ରଥ , ସ୍କୁଲ ପରିଚାଳନା କମିଟି ସଭାପତି ପବିତ୍ର କୁମାର ମହାନ୍ତି, ଉପସଭାନେତ୍ରୀ ଅନୁପମା ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଧାନଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ପଣ୍ଡାଙ୍କ ସଂଯୋଜନାରେ ଛାତ୍ର ଛାତ୍ରୀଙ୍କ ମାଧ୍ୟମରେ ଓଡ଼ିଆ ଭାଷା ସଂକ୍ରାନ୍ତରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ଶିକ୍ଷୟିତ୍ରୀ ମମତା ପ୍ରିୟଦର୍ଶିନୀ ଲେଙ୍କା, ଶୁଭଶ୍ରୀ ଷଢଙ୍ଗୀ, ଝରାଶ୍ରୀ ଭଦ୍ର, ମାଳତୀ ସେଠୀ, ଅରୁନ୍ଧତୀ ଦାସ,ଲକ୍ଷ୍ମୀପ୍ରିୟା ନାୟକ, ପ୍ରିୟବ୍ରତ ସାମଲ ଙ୍କ ସମେତ କମିଟିର ସମସ୍ତ କର୍ମକର୍ତ୍ତା ଓ ଅଭିଭାବକ ଯୋଗ ଦେଇଥିଲେ ।