Photo For The News Of Tillo School Function

ସରକାରୀ ଉଚ୍ଚ ବିଦ୍ୟାଳୟ ଟିଲୋର ବାର୍ଷିକ ଉତ୍ସବ ଅନୁଷ୍ଠିତ

State

ଆଗରପଡ଼ା : ବନ୍ତ ବ୍ଳକ ଶିକ୍ଷାଧିକାରୀଙ୍କ ଅଧିକ ସରକାରୀ ଉଚ୍ଚ ବିଦ୍ୟାଳୟ ଟିଲୋର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ରୀତା ରାଣୀ ଦେଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବନ୍ତ ବ୍ଳକ ବିଡ଼ିଓ ପ୍ରଦୀପ ସେଠୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବନ୍ତ ଆଂଚଳିକ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ରାଜକିଶୋରୀ ଆଚାରୀ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ବ୍ଲକ ଶିକ୍ଷାଧିକାରିଣୀ ମଜୁଂଳାବାଳା ନାୟକ,ଅତିରିକ୍ତ ଶିକ୍ଷାଧିକାରୀ ହରେକୃଷ୍ଣ ଆପଟ,ଟିଲୋ ସରପଂଚ ସଂଗ୍ରାମ କେଶରୀ ଜେନା,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସଂଜୟ ସାମଲ,ଆଲୁମିନି କମିଟି ସଭାପତି ଆଲୋକ ରାଉତ ପ୍ରମୁଖ ଯୋଗ ଦେଇଥିଲେ ।

ଶିକ୍ଷୟିତ୍ରୀ ବସୁନ୍ଧରା ଜେନା ବାର୍ଷିକ ବିବରଣୀ ପାଠ କରିଥିଲେ । ଶେଷରେ କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା । ଦିବସ ବ୍ୟାପି କାର୍ଯ୍ୟକ୍ରମରେ ଶିକ୍ଷକ କମଳାକାନ୍ତ ନାହାକ,ଗୟାଧର ମଲ୍ଲିକ,ଶିକ୍ଷୟିତ୍ରୀ ସାଗରିକା ପୁହାଣ,ଲକ୍ଷ୍ମୀମଣୀ ସାହୁ, ବାସନ୍ତୀଲତା ଜେନା,ଅଲିଭା ପଣ୍ଡା,ମୌନାବତୀ ସାମଲ,ସୁମିତ୍ରା ବେହେରା,ଗୌରୀବାଳା ପାତ୍ର,ଅଫିସ ସହାୟକ ପ୍ରଫୁଲ୍ଲ ବାରିକ,ସନ୍ତୋଷ ବେହେରାଙ୍କ ସମେତ ପରିଚାଳନା କମିଟି ସଭ୍ୟ/ସଭ୍ୟା ଓ ଗ୍ରାମବାସୀ ସହଯୋଗ କରିଥିଲେ ।