Onn 3

ରଜ ଦୋଳିରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Crime State

ବାଙ୍କୀ : ରଜ ଦୋଳିରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବାଙ୍କୀ ଏନ୍‌ଏସି ଅଞ୍ଚଳର ବ୍ରହ୍ମେଇ ଠାକୁରାଣୀଙ୍କ ପୀଠରେ ଲାଗିଥିଲା ରଜ ଦୋଳି। ସେଠାରେ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଯୁବକ ଜଣକ ହେଉଛନ୍ତି ବାଙ୍କୀ ସାହାଡ଼ାପଦା ଗାଁର ଅନୀଲ ବେହେରା ।

କେହି ହତ୍ୟା କରି ଦୋଳିରେ ଝୁଲାଇ ଦେଇଥିବାର ଅଭିଯୋଗ କରିଛନ୍ତି ପରିବାର ଲୋକ । ପୂର୍ବରୁ ମୃତ ଯୁବକଙ୍କ ସହିତ କିଛି ଯୁବକଙ୍କର ଗଣ୍ଡଗୋଳ ଥିବା ମୃତକଙ୍କ ଦାଦା ସୂଚନା ଦେଇଛନ୍ତି । ସେପଟେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି।