Liquor 1705418924.jpg

୧୦ ବର୍ଷରେ ୩ ଗୁଣରୁ ଅଧିକ ବଢ଼ିଛି ମଦ ରାଜସ୍ବ

State

liquor_1705418924

ଭୁବନେଶ୍ବର: ମଦ ବିକ୍ରି ଓ କାରବାର ବଢୁଥିବା ବେଳେ ଅନ୍ୟପଟେ ଲମ୍ବି ଚାଲିଛି ଚୋରା ନିଶା ଦ୍ରବ୍ୟ କାରବାରର ସାମ୍ରାଜ୍ୟର ଚେର । ବିଧାନସଭାରେ ଅବକାରୀ ମନ୍ତ୍ରୀ ରଖିଥିବା ଉତ୍ତରରୁ ଆସିଛି ଆଖିତରାଟି ଦେଲା ଭଳି ତଥ୍ୟ । ଗତ ୧୦ ବର୍ଷ ହେଲା କ୍ରମାଗତ ଭାବେ ବଢ଼ି ଚାଲିଛି ଅବକାରୀ ରାଜସ୍ବ । ୨୦୨୨-୨୩ ଆର୍ଥିକ ବର୍ଷରେ ମଦ କାରବାରରୁ ରାଜ୍ୟ ସରକାରଙ୍କୁ ମିଳିଛି ୬ ହଜାର ୪୫୫ କୋଟି ଟଙ୍କାର ରାଜସ୍ବ । ୨୦୨୩-୨୪ ଆର୍ଥିକ ବର୍ଷରେ ଡିସେମ୍ବର ୩୧ ତାରିଖ ସୁଦ୍ଧା ୪ ହଜାର୮୯୭ କୋଟି ଟଙ୍କାର ରାଜସ୍ବ ଆଦାୟ ହୋଇଛି । ୧୦ ବର୍ଷରେ ପାଖାପାଖି ୩ ଗୁଣରୁ ଅଧିକ ବଢିଛି ମଦ ରାଜସ୍ବ।
ଅନ୍ୟପଟେ ବ୍ରାଉନ ସୁଗାର, ଗଞ୍ଜେଇ, ଅଫିମ ଭଳି କୋଟି କୋଟି ଟଙ୍କାର ନିଶା ଦ୍ରବ୍ୟ ଜବତ କରିଛି ଅବକାରୀ ବିଭାଗ । କେବଳ ଗୋଟିଏ ବର୍ଷ ୨୦୨୨-୨୩ ଆର୍ଥିକ ବର୍ଷରେ ୬୩ କୋଟି ୪୫ ଲକ୍ଷ ଟଙ୍କାର ଚୋରା ନିଶା ଦ୍ରବ୍ୟ ଜବତ କରିଛି ବିଭାଗ। ସେଥିରେ ୩୧ କେଜି ୭୯୬ ଗ୍ରାମ ବ୍ରାଉନ ସୁଗାର୍, ୪୨ହଜାର ୨୫୪ କେଜି ଗଞ୍ଜେଇ, ୧୯୫୯ କେଜି ଅଫିମ, ୭ ହଜାର ୩୩୫ ଲିଟର କଫ ସିରପ ଜବତ ହୋଇଛି।