କପାଳୀ କ୍ଷେତ୍ରରେ ତ୍ରୀଂଶତମ ବାର୍ଷିକୋତ୍ସବ ଅନୁଷ୍ଠିତ

ରାଜ୍ୟ

ଆଗରପଡ଼ା :ବନ୍ତବ୍ଲକ ଅଧିନସ୍ଥ ରାମଚନ୍ଦ୍ରପୁର ପଂଚାୟତ ନିମପଡ଼ା ସ୍ଥିତ କପାଳୀକ୍ଷେତ୍ର ଠାରେ ଅଧିଷ୍ଠିତ ଜଗନ୍ନାଥ ମନ୍ଦିର ପରିସରରେ ତ୍ରୀଂଶ ତମ ବାର୍ଷିକଉତ୍ସବ ତ୍ରୀଦିବସ ଧରି ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ, ଅଷ୍ଟପ୍ରହରୀ ଅଖଣ୍ଡ ନାମସଂକିତର୍ତ୍ତନ ସଂଗକୁ ଗାୟତ୍ରୀ ମହାଯଜ୍ଞ ପାଳିତ ହୋଇଛି । ଉତ୍ସବର ପ୍ରଥମ ଦିବସରେ ଶୁଭାଧିବାସ ସହ ନରେନ୍ଦ୍ର ପୁଷ୍କରିଣୀରୁ ଘଟୋତ୍ତଳନ କରାଯାଇ ଯଜ୍ଞାରମ୍ଭ ହୋଇଥିଲା । ତା’ପର ଦିବସରେ ବିଶ୍ୱର ଶାନ୍ତି ପ୍ରତିଷ୍ଠା ପାଇଁ ଘୃତଯଜ୍ଞ, ବିଷ୍ଣୁଙ୍କ ସହସ୍ରନାମ, ଦାରୁବ୍ରହ୍ମଙ୍କ ନୁତନ ବେଶ ସହ ବିଶେଷ ନୀତି ହୋଇଥିଲା । ଶେଷ ଦିବସରେ ସର୍ବଦେବାଦେବୀ ପୂଜା,ସୂର୍ଯ୍ୟ,ଗୋ ପୂଜା ସହ ଶ୍ରୀମଦ୍ ଭଗବତ୍ ଗୀତାପାଠ ସହ ଗାୟତ୍ରୀଙ୍କ ସହସ୍ରନାମ ପାଠ କରାଯାଇ ପ୍ରତିମନ୍ତ୍ରରେ ଆହୁତି ପ୍ରଦାନ କରାଯାଇ ଯଜ୍ଞର ପୂର୍ଣ୍ଣାହୁତି ସହ ଯଜ୍ଞ କାର୍ଯ୍ୟସଂପର୍ଣ୍ଣ ହୋଇ ଥିଲା । ଅଷ୍ଟପ୍ରହରୀ ଉପଲକ୍ଷେ, ମହାମନ୍ତ୍ର ନାମ ସଂକୀର୍ତ୍ତନ ,ନଗରକୀତର୍ତ୍ତନ ଗ୍ରାମ୍ୟ ପରିକ୍ରମା କରାଯାଇ ଦଧିଭାଣ୍ଡ ଭଞ୍ଜନ ହେବାପରେ ଉକ୍ତ ଉତ୍ସବ ସମାପିତ ହୋଇଥିଲା । ନାମସଂକୀତର୍ତ୍ତନରେ ସ୍ଥାନୀୟ ମନୋହରପୁର ଗ୍ରାମରୁ ଶ୍ରୀ ଭାଗବତ ସଂକୀତର୍ତ୍ତନ ମଣ୍ଡଳୀର ସଦସ୍ୟ ମାନେ ଯୋଗ ଦେଇ ଭଗବାନ ରାମକୃଷ୍ଣଙ୍କ ମହାମନ୍ତ୍ର ନାମ ଜପକରିଥିଲେ । ଏହି ଆଧ୍ୟାତ୍ମିକ ଦୃଶ୍ୟକୁ ଦର୍ଶନ ଓ ଶ୍ରବଣ କରିବାପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ପ୍ରତି ରାତ୍ରରେ ଆନନ୍ଦ ବଜାରରେ ପ୍ରସାଦ ସେବନର ସୁବ୍ୟବସ୍ଥା ହୋଇଥିଲା । ଯଜ୍ଞର ମୁଖ୍ୟ କଳସ ଜ୍ଞାନଦା କରଶର୍ମା ଓ ତାଙ୍କ ପତ୍ନୀ ଦମୟନ୍ତି ଆଣିଥିବା ବେଳେ ଅଷ୍ଟପ୍ରହରୀର ମୁଖ୍ୟକଳସ ଆଣିଥିଲେ ନାରାୟଣ ଚନ୍ଦ୍ର ବାରିକ । ଏହି ଯଜ୍ଞକର୍ମ ସଂପାଦନ କରିଥିଲେ ପଣ୍ଡିତ ପଦ୍ମନାଭ ପଣ୍ଡା ଏବଂ ଧରଣୀଧର ଦ୍ୱୀବେଦି । ଏହି କ୍ଷେତ୍ରରେ ବାରମାସରେ ବିଭିନ୍ନ ପର୍ବ ଜଗନ୍ନାଥ କମିଟି, ମହାଯଜ୍ଞ କମିଟିର ସଦସ୍ୟ ଙ୍କସହ ଆଖପାଖ ନିମପଡ଼ା, ରଘୁନାଥପୁର, ନରସିଂହପୁର ,ପାଟଣା, ରାମଚନ୍ଦ୍ରପୁର, ପାନପଦୀ, ବାଙ୍ଗରପଦୀ,ଜଗଦୀଶ ପୁର , ଦୋଳପଦୀ,ସାନବର୍ଚ୍ଚିକୟାଁ ଆଦି ବିଭିନ୍ନ ଗ୍ରାମର ବ୍ୟକ୍ତବିଶେଷ ଙ୍କର ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟ ସୁଚାରୁରୂପେ ସଂପାଦିତ ହୋଇଥାଏ । ସୂଚନା ଯୋଗ୍ୟ ଯେ, ଏହି ଗ୍ରାମର ଧର୍ମପ୍ରାଣ ବ୍ୟକ୍ତି ପଣ୍ଡିତ ପୁରୁଷୋତମ କରଶର୍ମାଙ୍କ ଦ୍ୱାରା ୧୯୯୫ ମସିହା ଏପ୍ରିଲ ମାସ ୧ ତାରିଖ ରେ ଏହି କ୍ଷେତ୍ର ପ୍ରତିଷ୍ଠା ଲାଭ କରିଥିଲା । ଏହା କୁ ଶୁଭ ଉଦ୍ଘାଟନ କରିଥିଲେ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ନିଶ୍ଛଳା ନଂଦ ସରସ୍ୱତୀ ।

Shrutilipi ad