Onn 3

ବିଦ୍ୟାଳୟକୁ ନୂଆ ରୂପ ଦେଉଛି “ଆମ ଓଡ଼ିଶା ନବୀନ ଓଡ଼ିଶା” ଯୋଜନା

State

ଆଗରପଡ଼ା :ନୂଆ ରୂପରେଖରେ ପରିବର୍ତ୍ତନ ହେଉଛି ବନ୍ତ ବ୍ଳକ କାଦବରାଙ୍ଗ ପଂଚାୟତ ଅନ୍ତର୍ଗତ ବନ୍ତଳା ଉ.ପ୍ରା ବିଦ୍ୟାଳୟ । ଏଥିପାଇଁ ସରକାର ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ଯୋଗାଇ ଦେଇଛନ୍ତି ୨ଲକ୍ଷ ୫୦ ହଜାର ଟଙ୍କା । ଉକ୍ତ ଅର୍ଥ ମଂଜୁର ହେବା ପରେ ବର୍ତ୍ତମାନ ବିଦ୍ୟାଳୟର ଉନ୍ନତିକରଣ କାମ ଜୋରଦାର ଚାଲିଛି । ଏଥିରେ ବିଦ୍ୟାଳୟର ୩ ଗୋଟି ଶ୍ରେଣୀ ଗୃହକୁ ନୂତନ ରୂପ ପ୍ରଦାନ କରାଯାଇଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅନୁମୋଦିତ ୧ଲକ୍ଷ ୫୦ ହଜାର ଟଙ୍କାରେ ଅନ୍ୟାନ୍ୟ ଉନ୍ନତି ମୂଳକ କାର୍ଯ୍ୟ କରାଯାଉଛି ।

ଉକ୍ତ କାର୍ଯ୍ୟ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା ପଂଚାୟତ ଯୁବ ବିଜେଡ଼ି ସଭାପତି କିଶୋର ରାଉତଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ହେଉଥିବା ବେଳେ ତାଙ୍କୁ ଏଥିରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ଭାସ୍କର ଚନ୍ଦ୍ର ବିଶ୍ୱାଳ,ସହକାରୀ ଶିକ୍ଷକ ମିହିର ଆଇଚ ଓ ମାନସ ଭୂୟାଁ ପ୍ରମୂଖ ସହାୟତା ପ୍ରଦାନ କରୁଥିବା ଜଣାପଡ଼ିଛି । ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ଓ ଶିକ୍ଷାର ମାନ ବୃଦ୍ଧି କରିବା କ୍ଷେତ୍ରରେ ବିଦ୍ୟାଳୟର ପରିବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବାରୁ ଏହାର ଉନ୍ନତିପାଇଁ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାର ଯୋଜନା ମଧ୍ୟରୁ ଏହା ଏକ ଦିଗନ୍ତକାରୀ ପଦକ୍ଷେପ ହୋଇଥିବାରୁ ଅଭିଭାବକମାନେ ଉକ୍ତ ଯୋଜନାର ଉଚ୍ଚପ୍ରଶଂସା କରିବା ସହ ଯୋଜନାର ସଫଳତାକୁ ନେଇ ଆଶା ବ୍ୟକ୍ତ କରିଛନ୍ତି ।