Img 20240803 Wa0297

ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମୟୂରଭଞ୍ଜ ଜିଲ୍ଲାରେ କୃଷି ଏବଂ ଉଦ୍ୟାନ କୃଷି ବିଭାଗୀୟ କାର୍ଯ୍ୟର ସମୀକ୍ଷା ବୈଠକ ଅନୁଷ୍ଠିତ

State

ଜିଲ୍ଲାରେ କୃଷକ ସର୍ବଦା ଅଗ୍ରଗଣ୍ୟ ଏବଂ ଜିଲ୍ଲାରେ କୃଷକର ସମସ୍ୟା ଦୂର କରିବା ପାଇଁ ଆମେ ପ୍ରତିକରବଦ୍ଧ ହେବା: ଉପ-ମୁଖ୍ୟମନ୍ତ୍ରୀ

ବାରିପଦା: ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ, ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଶନିବାର ଦିନ ମୟୂରଭଞ୍ଜ ଜିଲ୍ଲାରେ କୃଷି ଏବଂ ଉଦ୍ୟାନ କୃଷି ବିଭାଗୀୟ କାର୍ଯ୍ୟର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ଦ୍ୱାରା ପରିଚାଳିତ ଏହି ସମୀକ୍ଷା ବୈଠକରେ ଜିଲ୍ଲାରେ ଏଯାବତ ହୋଇଥିବା ସମସ୍ତ କୃଷି କାର୍ଯ୍ୟ ଏବଂ ତାହାର ପୁଙ୍ଖାନୁପୁଙ୍ଖ ବିବରଣୀ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂଦେଓ ପଚାରି ବୁଝିଥିବା ବେଳେ ଏହି ବିଭାଗ ସହିତ ସଂଶ୍ଲିଷ୍ଟ ସମସ୍ତ ବିଭାଗୀୟ କାର୍ଯ୍ୟର ତଦାରଖ କରିଥିଲେ। ଏହି ପରିପ୍ରେକ୍ଷୀରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଜିଲ୍ଲାରେ କୃଷି ଏବଂ କୃଷକ ମାନଙ୍କ ପାଇଁ ହୋଇଥିବା ବିଭିନ୍ନ ଯୋଜନା, ଏହାର କାର୍ଯ୍ୟକାରିତା ଏବଂ ଏହାର ଲାଭାନ୍ଵିକରଣ ଦ୍ୱାରା ଉପଯୋଗ ହୋଇଥିବା ରାଜସ୍ବ ବିଷୟରେ ପଚାରି ବୁଝିଥିଲେ। ଅଧିକାରୀ ମାନଙ୍କୁ ସମସ୍ତ ବିଭାଗୀୟ ଅନୁମୋଦିତ କାର୍ଯ୍ୟକୁ ତୁରନ୍ତ ସମାପ୍ତ କରି ବିଭାଗୀୟ ମୁଖ୍ୟାଳୟରେ ରିପୋର୍ଟ ଦାଖଲ କରିବା ଏବଂ ଆଗାମୀ ଯୋଜନା ଏବଂ କାର୍ଯ୍ୟପନ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ଆଦେଶ ଦେଇଥିଲେ । ମୟୂରଭଞ୍ଜ ଏକ ଆଦିବାସୀ ବହୁଳ ଜିଲ୍ଲା ଏବଂ ଏହି ଜିଲ୍ଲା ନିଜ ପାରମ୍ପରିକ କୃଷି ପାଇଁ ପ୍ରସିଦ୍ଧ, ଏହାକୁ ଅଗ୍ରଗତିର ସହ ଆଗକୁ ନେବା ପାଇଁ ସମସ୍ତ ପ୍ରକାର ସହାୟତା କରିବା ପାଇଁ ରାଜ୍ୟସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମାନ୍ୟବର ଉପମୁଖ୍ୟମନ୍ତ୍ରୀ କହିଥିଲେ। ଏହି ସମୀକ୍ଷା ବୈଠକରେ ମାନ୍ୟବର ସାଂସଦ ଲୋକସଭା, ବାଲେଶ୍ଵର, ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ମାନ୍ୟବର ସାଂସଦ ଲୋକସଭା, ମୟୂରଭଞ୍ଜ, ଶ୍ରୀ ନବଚରଣ ମାଝୀ, ମାନ୍ୟବର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ, ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ମାନ୍ୟବର ବିଧାୟକ, ବଡ଼ସାହି, ଶ୍ରୀ ସନାତନ ବିଜୁଳି, ମାନ୍ୟବର ବିଧାୟକ, ବାରିପଦା, ଶ୍ରୀ ପ୍ରକାଶ ସୋରେନ, ମାନ୍ୟବର ବିଧାୟିକା, ବ।ଙ୍ଗିରିପୋଷି କୁମାରୀ ସଞ୍ଜଳୀ ମୁର୍ମୁ,ମାନ୍ୟବର ବିଧାୟକ, ସାରସକଣ। , ଶ୍ରୀ ଭାଦବ ହଂ।ସଦା, ମାନ୍ୟବର ବିଧାୟକ, ରାଇରଙ୍ଗପୁର, ଶ୍ରୀ ଜଲେନ ନାୟକ, ମାନ୍ୟବର ବିଧାୟକ, ଉଦଳା, ଶ୍ରୀ ଭାଷ୍କର ଚନ୍ଦ୍ର ମଢେଇ, ମାନ୍ୟବର ବିଧାୟକ, କରଞ୍ଜିଆ ଶ୍ରୀ ପଦ୍ମଚରଣ ହାଇବୁରୁ, ମାନ୍ୟବର ଅଧ୍ୟକ୍ଷ୍ୟା, ଜିଲ୍ଲା ପରିଷଦ, ମୟୂରଭଞ୍ଜ, ଶ୍ରୀମତୀ ଭାରତୀ ହଂ।ସଦ।, କୃଷି ଓ ଖାଦ୍ୟ ଉତ୍ପାଦନ ବିଭାଗ, ଓଡିଶା ସରକାର, ନିର୍ଦ୍ଦେଶକ ତଥା ଉଦ୍ୟାନ କୃଷି ନିର୍ଦ୍ଦେଶକ, ଶ୍ରୀଯୁକ୍ତ ପ୍ରେମ ଚନ୍ଦ୍ର ଚୌଧୁରୀ, ଜିଲ୍ଲାପାଳ, ମୟୂରଭଞ୍ଜ ଶ୍ରୀଯୁକ୍ତ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ପ୍ରମୁଖ ଯୋଗ ଦେଇଥିଲେ ଏବଂ ମାନ୍ୟବର ବିଧାୟକଗଣଙ୍କ ଦ୍ୱାରା ପଚାର ଯାଇଥିବା ତଥ୍ୟକୁ ଉପସ୍ଥାପନା କରିବା ସହିତ ଜିଲ୍ଲାରେ କୃଷିରେ କିଭଳି ଉନ୍ନତି ହୋଇ ପାରିବ ସେ ବିଷୟରେ ନିଜ ନିଜ ମତ ପୋଷଣ କରିଥିଲେ ।