Onn 3

ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ପ୍ରାଣୀ ଚିକିତ୍ସା ଅଧିକାରୀ

Crime State

ବ୍ରହ୍ମପୁର: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଗଂଜାମ ଜିଲ୍ଲା ଆସିକା ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ରବିନାରାୟଣ ସାହୁ । ବିଭାଗ ପକ୍ଷରୁ ଭଡ଼ାରେ ଚାଲୁଥିବା ଭ୍ରାମ୍ୟମାଣ ଗାଡିର ୨୦୨୩-୨୪ ବର୍ଷ ନିମନ୍ତେ ଅନୁମତି ନବୀକରଣ କରିବାକୁ ଜଣେ ବୋଲେରୋ ଗାଡ଼ି ମାଲିକଙ୍କ ଠାରୁ ୯ ହଜାର ଟଙ୍କା ଲାଞ୍ଚ ନେଉଥିଲେ ।

ଏନେଇ ଗାଡ଼ି ମାଲିକ ଜଣକ ପୂର୍ବରୁ ବ୍ରହ୍ମପୁର ଭିଜିଲାନ୍ସ କାର୍ଯ୍ୟାଳୟ ରେ ଅଭିଯୋଗ କରିଥିଲେ । ଶୁକ୍ରବାର ଅପରାହ୍ନରେ ଆସିକା କାର୍ଯ୍ୟାଳୟ ନିକଟରେ  ଲାଞ୍ଚ ଟଙ୍କା ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ହାତରେ ଧରାପଡିଥିଲେ ରବିନାରାୟଣ ସାହୁ । ଏନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ମାମଲା ରୁଜୁ କରାଯିବା ସହ ତାଙ୍କର ସରକାରୀ କାର୍ଯ୍ୟାଳୟ , ବାସଭବନ ସମେତ ତିନୋଟି ସ୍ଥାନରେ ଚଢାଉ କରାଯାଇଥିବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।