Onn 3

୧୨୦୫ ନୂଆ ଡାକ୍ତରଙ୍କୁ ମିଳିଲା ନିଯୁକ୍ତି

State

ଭୁବନେଶ୍ବର : ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ମନ୍ତ୍ର ରାଜ୍ୟର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି କରିଛି। ରାଜ୍ୟରେ ନୂଆ ମେଡିକାଲ କଲେଜ ଖୋଲିବା ଠୁ ନେଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କାୟାକଳ୍ପ ବଦଳାଇ ଦିଆଯାଇଛି। ଉନ୍ନିମାନର ସ୍ବାସ୍ଥ୍ୟ ଉପକରଣ ସହ ଆବଶ୍ୟକ ମୁତାବକ ଡାକ୍ତର ନିଯୁକ୍ତ କରାଯାଉଛି। ଯାହା ଫଳରେ ରାଜ୍ୟ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ପରିବର୍ତ୍ତନ ଆସିଛି।

ଏହିକ୍ରମରେ ଆଜି ସ୍ବାସ୍ଥ୍ୟସେବାରେ ଓଡ଼ିଶା ଛୁଇଁଛି ଆଉ ଏକ ମାଇଲଖୁଣ୍ଟ। ଆଜି ୧୨୦୫ ଜଣ ନବ ନିଯୁକ୍ତ ଡାକ୍ତରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଳିଙ୍ଗ ଷ୍ଟାଡିୟମରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନୂଆ ୧୨୦୫ ଡାକ୍ତରଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବ ନିଯୁକ୍ତ ଡାକ୍ତରଙ୍କୁ ଶୁଭେଛା ଜଣାଇବା ସହ ରାଜ୍ୟ ସ୍ବାସ୍ଥ୍ୟ ସେବାରେ ନିଜକୁ ସାମିଲ କରିଥିବାରୁ ସମସ୍ତଙ୍କୁ ସ୍ବାଗତ କରିଛନ୍ତି। ସ୍ବାସ୍ଥ୍ୟ କ୍ଷେତ୍ରକୁ ଅଧିକ ମଜଭୁତ କରିବାକୁ ହେଲେ ଲୋକଙ୍କ ସ୍ବାସ୍ଥ୍ୟର ଯତ୍ନ ନେବା ଆପଣମାନଙ୍କ ଦାୟିତ୍ବ ବୋଲି ନବୀନ କହିଛନ୍ତି।

ଏଥିସହ କ୍ରାଇସିସି ସମୟରେ ଓଡ଼ିଶାର ଯେଉଁ ଡାକ୍ତରମାନେ ସହଯୋଗ କରିଛନ୍ତି ସେମାନଙ୍କୁ ପ୍ରଶଂସା କରିଛନ୍ତି ନବୀନ । ସେମାନଙ୍କ ସଯୋଗ ଯୋଗୁଁ ଅନେକଙ୍କ ଜୀବନ ବଞ୍ଚିଲା । ବ୍ଲଡ୍ ଡୋନେସନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସାଇକ୍ଲୋନ ମ୍ୟାନଜେମେଣ୍ଟ ଏକ ଲଙ୍ଗ ମ୍ୟାନେଜମେଣ୍ଟ, କୋଭିଡ ମ୍ୟାନଜେମେଣ୍ଟ ଏକ ମିଡିଲ ମ୍ୟାନେଜମେଣ୍ଟ ପରେ ଏବେ ଏକ ସଡନ କ୍ରାଇସିସିରେ ମଧ୍ୟ ଆମେ ମ୍ୟାନେଜମେଣ୍ଟ କରିବାରେ ସକ୍ଷମ ବୋଲି ନବୀନ କହିଛନ୍ତି ।

ଅନ୍ୟପଟେ ଆଜି ୧୨୦୫ ଡାକ୍ତରଙ୍କୁ ନିଯୁକ୍ତି ମିଳିବା ପରେ ସ୍ବାସ୍ଥ୍ୟସେବାରେ ଓଡ଼ିଶା ଆହୁରି ସୁଦୃଢ ହୋଇଛି। ଏଥି ସହିତ ଚଳିତବର୍ଷ ଆଉ ୫୦୦୦ରୁ ଅଧିକ ଡାକ୍ତର ଓ ୯୦୦୦ରୁ ଊର୍ଦ୍ଧ୍ୱ ନର୍ସ ଓ ପାରାମେଡିକାଲ ଅଫିସର ନିଯୁକ୍ତି ପାଇବେ । ଯାହା ଫଳରେ  ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ଆହୁରି ସୁନିଶ୍ଚିତ ହେବ ଉତ୍ତମ ସ୍ୱାସ୍ଥ୍ୟ ସେବା। ଗତ ୧୦ ବର୍ଷରେ ୮ଟି ସରକାରୀ ମେଡିକାଲ କଲେଜ ଏବଂ ୨ଟି ପିଜି ଇନଷ୍ଟିଚ୍ୟୁଟ ପ୍ରତିଷ୍ଠା ହୋଇଛି । ୨୦୦୦ ମସିହାରେ ବର୍ଷକୁ ୩୨୧ ଜଣ ଡାକ୍ତର ଓ ୨୫୪ ସ୍ପେଶାଲିଷ୍ଟ ବାହାରୁଥିବା ବେଳେ ଏବେ ୨୨ଶହ ଡାକ୍ତର ଓ ୮୨୬ ସ୍ପେଶାଲିଷ୍ଟ ବାହାରୁଛନ୍ତି। ୨୦୨୩ ଡିସେମ୍ବର ସୁଦ୍ଧା ଓଡ଼ିଶାକୁ ଡାକ୍ତର ବଳକା ରାଜ୍ୟ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।