Img 20250427 wa0166

ସାନ୍ତାଳୀ ମାସିକ ଖବର କାଗଜ ଫାଗୁନର ୧୮ ତମ ପ୍ରତିଷ୍ଠା ଦିବସ ପାଳିତ

State
ବାରିପଦା-   ଭୁବନେଶ୍ଵର ରୁ ପ୍ରକାଶିତ ହେଉଥିବା ସାନ୍ତାଳୀ ମାସିକ ଖବରକାଗଜର ୧୮ ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ରୋଟାରୀ କ୍ଲବ ଠାରେ ପାଳିତ ହୋଇଛି ।
ଫାଗୁନ ପ୍ରକାଶିକା ଓ ସମ୍ପାଦିକା ଶ୍ରୀମତୀ ମାଳତୀ ମୁର୍ମୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ସର୍ବ ପ୍ରଥମେ ନିମନ୍ତ୍ରିତ ଅତିଥି ମାନେ ଗୁରୁ ଗମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ  ଅର୍ପଣ କରି ପ୍ରଦୀପ ପ୍ରଜ୍ଜ୍ବଳନ କରିଥିଲେ।
ଶ୍ରୀ ରାମ୍ବାୟ ହେମ୍ବ୍ରମ ଏବଂ ସାଥିଙ୍କ ଦ୍ବାରା ସ୍ଵାଗତ ସଙ୍ଗୀତ ପରିବେଷଣ କରାଯିବା ପରେ ଶ୍ରୀ ମାଙ୍ଗାତ ମୁର୍ମୁ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ଫାଗୁନର ସ୍ଵତନ୍ତ୍ର ଲେଖାକୁ ମୁଖ୍ୟ ଅତିଥି ଶ୍ରୀ ଉଦୟନାଥ ମାଝୀ ଏବଂ ନିମନ୍ତ୍ରିତ ଅତିଥିଗଣ ଉନ୍ମୋଚନ କରିଥିଲେ । ଏହି ଅବସରରେ ସାନ୍ତାଳୀ ଭାଷା ସାହିତ୍ୟ, ସଂସ୍କୃତି, ଓ ଅଲଚିକି ଉନ୍ନତିରେ ପ୍ରମୁଖ ଅବଦାନ ଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା ୤ ସେମାନଙ୍କ ମଧ୍ୟରେ  ଅଲଚିକି ପ୍ରଚାର ପ୍ରସାରର ସକ୍ରୀୟ କର୍ମୀ ଶ୍ରୀ ଦାକ୍ଷୀନ ମୁର୍ମୁ, ରାହା ରାହାଲା ୟୁଟୁବ ସଂସ୍ଥାପକ ଶ୍ରୀ ହେମନ୍ତ କିଶୋର ମାଝୀ ଏବଂ ସାଥି ମାନଙ୍କୁ ଫାଗୁନ ସମ୍ମାନ-୨୦୨୫ ଭାବରେ ପୁଷ୍ପଗୁଛ, ଫୁଟାକାଚା, ସ୍ମାରକ, ମାନପତ୍ର ଓ ଶାଳଗଛ ଚାରା ପ୍ରଦାନ କରାଯାଇ ସମ୍ବର୍ଦ୍ଧନା କରାଯାଇଥିବାବେଳେ  ବିଭିନ୍ନ କାରଣରୁ ଗୁରୁ ଗମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପଟ୍ଟଶିଷ୍ୟ ଶ୍ରୀମତୀ ଅପର୍ଣ୍ଣା ମୁର୍ମୁ, ଶ୍ରୀ ନବୀନ ଵେଶ୍ରା, ଗାୟକ ତଥା ଵାନାମ ଗୁରୁ ଦୁର୍ଗା ପ୍ରସାଦ ମୁର୍ମୁ, ଲେଖକ ରଘୁନାଥ ହେମ୍ବ୍ରମ ଭୁବନେଶ୍ଵକୁ ଆସି ପାରି ନଥିଲେ, ସେମାନଙ୍କୁ ଏହି ପୁରସ୍କାରକୁ ସେମାନଙ୍କ ନିକଟକୁ ପହଞ୍ଚାଇ ଦିଆଯିବ  ବୋଲି  ଫାଗୁନ ସମ୍ପାଦିକ ପ୍ରକାଶ କରିଛନ୍ତି ୤
ଫାଗୁନ ପ୍ରତିଷ୍ଠା ଦିବସରେ ମୁଖ୍ୟବକ୍ତା ଭାବରେ କେନ୍ଦ୍ର ସାହିତ୍ୟ ଏକାଡେମୀ ସାନ୍ତାଳୀ ଭାଷା ଉପଦେଷ୍ଟା ବୋର୍ଡର ଆବାହକ ଶ୍ରୀ ଚୈତନ୍ୟ ପ୍ରସାଦ ମାଝୀ, ସନ୍ମାନିତ ଅତିଥି ଭାବରେ ସାନ୍ତାଳୀ ଇଂଜିନିୟର କଲ୍ୟାଣ ସଂଘ ସଭାପତି ଇଂ ସୋମନାଥ ହାଁସଦା, ସାନ୍ତାଳୀ ସାଓଁହେଦ ଆଖଡ଼ା ଉପଦେଷ୍ଟା ତଥା ବରିଷ୍ଠ ଅବସର ଓଏଏସ ଅଧିକାରୀ ଶ୍ରୀ ଵାଜେଲ ମାଝୀ, କୁଳିଅଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଜିତେନ୍ଦ୍ର ମୁର୍ମୁ, ଆଦିମ ଓଆର  ଜାରପା ସଭାପତି ଶ୍ରୀ କାରୁ ମୁର୍ମୁ, ଅଖିଳ ଭାରତୀୟ ସାନ୍ତାଳୀ ବ୍ୟାଙ୍କ କର୍ମଚାରୀ କଲ୍ୟାଣ ସମିତି କୋଷାଧ୍ୟକ୍ଷ ଶ୍ରୀ ଭାଗବତ ମାଝୀ, ଉତ୍କଳ ବିଶ୍ୱବିଦ୍ୟାଳୟ ର ଓଡ଼ିଆ ସହକାରୀ ପ୍ରଫେସର ଡ଼ଃ ଆନିପା ମାର୍ଣ୍ଡ ପ୍ରମୁଖ ଯୋଗ ଦେଇ ସାନ୍ତାଳୀ ଭାଷା ସାହିତ୍ୟ ଓ ଅଲଚିକି ଉନ୍ନତିରେ ଫାଗୁନର ଉଦ୍ୟମକୁ ପ୍ରଶଂସା କରିଥିଲେ। ପରିଶେଷରେ ଫାଗୁନର ସହ ସମ୍ପାଦିକା ସୁଶ୍ରୀ ସୁରୁକୁନୀ ମୁର୍ମୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ଶ୍ରୀ ଫୁରଲାଇ ମୁର୍ମୁ ଏବଂ ସୁଶ୍ରୀ ସୁରୁକୁନୀ ମୁର୍ମୁ ପରିଚାଳନା କରିଥିଲେ। ଏହା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଫାଗୁନର ଆଜୀବନ ସଦସ୍ୟ, ପାଠକ ଓ ପ୍ରଶଂସକ ଉପସ୍ଥିତ ଥିଲେ।