Onn 3

ଭାଷା ହିଁ ଭବିଷ୍ୟତ, ଭାଷା ହିଁ ନିଜର ପରିଚୟ

State

ଆଗରପଡ଼ା :ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪ ଅବସରରେ ଆଗରପଡ଼ା ସରକାରୀ ବାଳିକା ହାଇସ୍କୁଲରେ ଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଏସଏମସି କର୍ମମର୍ତ୍ତାମାନେ ମିଳିତ ଭାବେ କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ଲିଖିତ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ । ଆୟୋଜିତ ସଭାରେ ଭାଷା ହିଁ ଭବିଷ୍ୟତ,ଭାଷା ହିଁ ନିଜର ପରିଚୟ ବୋଲି କହିବା ସହିତ ବିଶ୍ୱ ଓଡ଼ିଆ ଭାଷା ତାତ୍ପର୍ଯ୍ୟ ସମ୍ପର୍କରେ ବକ୍ତାମାନେ ଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇଥିଲେ । ପ୍ରଧାନଶିକ୍ଷକ ବିପିନ ବିହାରୀ ପାଢୀ, ଏସଏମସି ସଭାପତି ବର୍ଷାରାଣୀ ମଲ୍ଲିକ, ସଭ୍ୟ ତଥା ସାମ୍ବାଦିକ ଅକ୍ଷୟ ସିଂହ, ବରିଷ୍ଠ ଶିକ୍ଷକ ଅଜିତ ରାଉଳ, ଭୀମସେନ ପାଲ, କୈଳାସ ପଣ୍ଡା, ସାଗରିକା ମହାନ୍ତି, ବନଜିନୀ ନାୟକ, ପ୍ରମୋଦିନୀ ସାହୁ, ରଂଜିତା ସିଅଳ, ଭାଗ୍ୟଶ୍ରୀ ପଣ୍ଡା, ବିଦ୍ୟୁତଲତା ଦାଶ, ସାବିତ୍ରୀ ଦାସ, ସୁଶାନ୍ତ ଜେନା, ଇତିଶ୍ରୀ ଜେନା, ଷ୍ଟାଲିନ ପାଣିଗ୍ରାହୀ, ବଳରାମ ସେଠୀ, ମହେଶ୍ୱର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।