Photo For The News Of Krushna Charana Bidyamandir

କୃଷ୍ଣ ଚରଣ ବିଦ୍ୟାମନ୍ଦିର ବାର୍ଷିକ ଉତ୍ସବ

State

ଆଗରପଡ଼ା :ଓଡ଼ିଶାର ଅନ୍ୟତମ ତଥା ସର୍ବ ପୁରାତନ ଏ୍ୟୌତିହାସିକ ଆଗରପଡ଼ା କୃଷ୍ଣ ଚରଣ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏହି ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଉତ୍କଳକେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ହାତଗଢା ଏହି ବିଦ୍ୟାମନ୍ଦିର ହେଉଛି ସ୍ୱାଧୀନତାର ଅନ୍ୟତମ ଏନ୍ତୁଡ଼ିସାଳ କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ବିଧାୟକ କହିଥିଲେ ।

ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା,ବ୍ଲକ ଅଧ୍ୟକ୍ଷ ମନୋରଜଂନ ଘଡ଼େଇ, ଶିକ୍ଷାବିତ୍ ଶୁଭେନ୍ଦୁ ମିଶ୍ର, ମୋ ସ୍କୁଲ ଅଭିଯାନ ସଭାପତି ପ୍ରଶାନ୍ତ ଦାଶ, ସ୍କୁଲ ଷ୍ଟାଣ୍ଡିଂ କମିଟି ସଭାପତି ପ୍ରକାଶ ବିଶ୍ୱାଳ, ବିଜେଡ଼ି ବ୍ଲକ ଯୁବ ସଭାପତି ସତ୍ୟ ସାଧନ ବେଜ, ଜିଲ୍ଲା ପରିଷଦ ସଭ୍ୟା ରୁନିତା ଦାସ,ସରପଂଚ ସୁଭଦ୍ରା ସିଂହ, ସାହିତ୍ୟିକ ଜୈନୁଲ ଆବେଦିନ, ସିଆରସିସି ନିରଜଂନ ଖିଲାର ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଦ୍ୟାମନ୍ଦିର ପ୍ରଧାନଶିକ୍ଷକ ଶରତ ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଶିକ୍ଷକ ଅଶୋକ ଖିଲାର ଅତିଥି ପରିଚୟ ଓ ଶିକ୍ଷୟିତ୍ରୀ ମିନତୀ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ କୃତୀ ଛାତ୍ରମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ପରେ ଛାତ୍ରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇଥିଲା ।