Onn 3

ବିହାରରେ ରାଜନୀତି ସରଗରମ, ନିଜ ନିଜ ନେତାଙ୍କୁ ଡକାଇଲେ ନୀତୀଶ, ତେଜସ୍ବୀ

National & International State

nitish-750x430

ପାଟନା: ନୀତୀଶ ପୁଣି ଥରେ ବିଜେପି ଶିବିରକୁ ଫେରିବାର ସମ୍ଭାବନା ମଧ୍ୟରେ ବିହାରରେ ରାଜନୀତି ସରଗରମ ହୋଇଚାଲିଛି । ଉଭୟ ଜେଡିୟୁ ଓ ଆରଜେଡି ନିଜ ନିଜ ବିଧାୟକ ଓ ନେତାମାନଙ୍କୁ ଡକାଇଛନ୍ତି । ସେହିପରି ବିଜେପି ମଧ୍ୟ ନିଜର ବିହାର ପଦାଧିକାରୀମାନଙ୍କୁ ଦିଲ୍ଲୀ ଡକାଇଛି ।
ଗୁରୁବାର ସନ୍ଧ୍ୟାରେ ବିଜେପି ରାଜ୍ୟ ସଭାପତି ସମ୍ରାଟ ଚୌଧୁରୀ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ରେଣୁ ଦେବୀ ଦୁହେଁ ହଠାତ୍ ଦିଲ୍ଲୀ ଅଭିମୁଖେ ବାହାରିଥିବା ବେଳେ ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ମଧ୍ୟ ଗହଳି ଚହଳି ବଢିଯାଇଛି। ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ନୀତୀଶ କୁମାରଙ୍କ ସହ ଜେଡିୟୁ ରାଜ୍ୟ ସଭାପତି ଉମେଶ କୁଶୱାହା, ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଦଳର ସାଂସଦ ଲଲନ ସିଂହ, ବିହାର କ୍ୟାବିନେଟ୍ ମନ୍ତ୍ରୀ ସଞ୍ଜୟ ଝା ଏବଂ ଦଳର ଅନ୍ୟ ବଡ଼ ବଡ଼ ନେତାମାନେ ଉପସ୍ଥିତ ଅଛନ୍ତି ଏବଂ ସେଠାରେ ଏହି ନେତାମାନଙ୍କର ଏକ ବୈଠକ ଚାଲିଛି। ଏହି ବୈଠକରେ ଉଭୟ ଲାଲୁ ଓ ନୀତୀଶଙ୍କ ଘନିଷ୍ଠ କୁହାଯାଉଥିବା ମୁସଲମାନ ନେତା ଅଲ୍ଲୀ ଅସରଫ ଫାତମି ମଧ୍ୟ ଉପସ୍ଥିତ ଥିଲେ।

ସେପଟେ ପାଟନାର ତେଜସ୍ୱୀ ଯାଦବ ଓ ଆରଜେଡି ଶିବିରରେ ମଧ୍ୟ ହଇଚଇ ସୃଷ୍ଟି ହୋଇଛି । ତେଜସ୍ୱୀ ଯାଦବ ତାଙ୍କ ଘନିଷ୍ଠ ବିଧାୟକ ଏବଂ ଦଳୀୟ ଅଧିକାରୀଙ୍କ ସହ ଘନ ଘନ ବୈଠକ ଜାରି ରଖିଛନ୍ତି ।