Onn 3

୫-୬ ଦିନ ମଧ୍ୟରେ ଶସ୍ତା ହେବ ଟମାଟୋ ଦର : କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରାଳୟ

National & International

ନୂଆଦିଲ୍ଲୀ : କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ର ଆଦି ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ଟମାଟୋ ଫସଲ କ୍ଷତିଗ୍ରସ୍ତ ହୋଇଛି । ଏହା ଫଳରେ ସାରା ଦେଶରେ ଟମାଟୋ ଦର ଆକାଶଛୁଆଁ ହୋଇଛି । ଓଡ଼ିଶାରେ ଏହା କିଲୋଗ୍ରାମ ପିଛା ୧୦୦ ଟପିଯାଇଛି । ଏହାପରେ କେନ୍ଦ୍ର ସରକାର ଏକ ଜରୁରୀ ବୈଠକ ଡାକି ସ୍ଥିତିର ସମୀକ୍ଷା କରିଛନ୍ତି ।
ବୁଧବାର ବସିଥିବା କ୍ୟାବିନେଟ୍ ବୈଠକରେ ଟମାଟୋ ବୃଦ୍ଧିକୁ ନେଇ ଏକ ବଡ ନିଷ୍ପତ୍ତି ନିଆଯାଇଛି । ନିଷ୍ପତ୍ତି ଅନୁସାରେ ବଜାରରେ ଟମାଟୋର ଉପଲବ୍ଧତା ବଢାଇବାକୁ ପଦକ୍ଷେପ ନିଆଯିବ ଯଦ୍ବାରା କି ଦର ନିୟନ୍ତ୍ରଣକୁ ଆସିବ । କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରଣାଳୟ ଏକ ବଡ଼ ଘୋଷଣା କରି କହିଛି ଯେ ଆସନ୍ତା ୫-୬ ଦିନ ମଧ୍ୟରେ ଟମାଟୋ ଦର ସ୍ୱାଭାବିକ ହୋଇଯିବ । କେନ୍ଦ୍ର ଖାଉଟି ବ୍ୟାପାର ସଚିବ ରୋହିତ କୁମାର ସିଂହ କ୍ୟାବିନେଟ୍ ବୈଠକରେ କହିଛନ୍ତି ଯେ ଆସନ୍ତା ୫ରୁ ୬ ଦିନ ମଧ୍ୟରେ ଟମାଟୋ ଦର ସ୍ୱାଭାବିକ ହୋଇଯିବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ କ୍ରମାଗତ ଭାବରେ ମୂଲ୍ୟ ଉପରେ ନଜର ରଖିଛୁ ଏବଂ ଦେଶରେ ହାରାହାରି ମୂଲ୍ୟ ୪୨ ଟଙ୍କା ରହିଛି । ଏହାବ୍ୟତୀତ କେତେକ ସ୍ଥାନରେ ଦର ବୃଦ୍ଧି ପାଇଛି। ସପ୍ତାହକ ମଧ୍ୟରେ ଟମାଟୋ ଦର ଶସ୍ତା ହେବ ବୋଲି ସେ କହିଛନ୍ତି ।