Onn 3

ଗଣତନ୍ତ୍ର ଦିବସ ଦିନକ ପୂର୍ବରୁ ପୁଲଓ୍ବାମାରୁ ମିଳିଲା ବୋମା, ନିଷ୍କ୍ରିୟ କଲା ସେନା

National & International

z

ଶ୍ରୀନଗର: ଜମ୍ମୁ-କଶ୍ମୀରର ପୁଲଓ୍ଵାମା ସେକ୍ଟରରେ ଭାରତୀୟ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ସୁରକ୍ଷା ବାହିନୀ ଏକ ଆଇଇଡି (ବୋମା) ଠାବ କରି ବୋମା ନିଷ୍କ୍ରିୟକାରୀ ଦଳ ସହାୟତାରେ ଏହାକୁ ନିଷ୍କ୍ରିୟ କରିଛି । ଆତଙ୍କବାଦୀମାନେ ଭାରତୀୟ ସେନାକୁ ଟାର୍ଗେଟ କରି ଏହି ଆଇଇଡି ଲଗାଇଥିଲେ। ଆଗାମୀ ସାଧାରଣତନ୍ତ୍ର ଦିବସ ପୂର୍ବରୁ ଆତଙ୍କବାଦୀମାନେ ଭାରତୀୟ ସେନାକୁ ଟାର୍ଗେଟ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି । ଏଥିପାଇଁ ସେନା ଯିବା ଆସିବା ସ୍ଥାନଗୁଡ଼ିକରେ ବୋମା ରଖାଯାଉଛି ।
ତେବେ ସୁରକ୍ଷା ବାହିନୀର ସତର୍କକା ଯୋଗୁଁ ଏକ ବଡ଼ ଆତଙ୍କବାଦୀ ଘଟଣାକୁ ଏଡ଼ାଇ ଦିଆଯାଇଛି । ଆତଙ୍କବାଦୀଙ୍କ ସମ୍ପର୍କରେ ସୂଚନା ସଂଗ୍ରହ କରିବା ପାଇଁ ସେନା ବର୍ତ୍ତମାନ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଚଳାଇଛି। କେନ୍ଦ୍ର ସରକାର କାଶ୍ମୀରରେ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଉପରେ କାର୍ଯ୍ୟ କରୁଛନ୍ତି।
ଏହା ପୂର୍ବରୁ ଜାନୁଆରୀ ୧୨ରେ ଜମ୍ମୁ-କଶ୍ମୀରର ପୁଞ୍ଚ ସେକ୍ଟରରେ ଭାରତୀୟ ସେନାର ଏକ ଗାଡ଼ି ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ପୁଞ୍ଚର ଖାନେତର ଅଞ୍ଚଳରେ ଆତଙ୍କବାଦୀମାନେ ସେନା ଗାଡ଼ି ଉପରକୁ ଆକ୍ରମଣ କରିଥିଲେ। ଏହା ପୂର୍ବରୁ ରାଜୌରୀର ଡେରା ରାସ୍ତାରେ ଦୁଇଟି ସାମରିକ ଗାଡ଼ି ଉପରେ ଆକ୍ରମଣରେ ୪ ଜଣ ଯବାନ ସହିଦ ହୋଇଥିବା ବେଳେ ୫ ଜଣ ଆହତ ହୋଇଥିଲେ।