Onn 3

ଅମୃତ କାଳରେ ଦେଶକୁ ନୂଆ ଉଚ୍ଚତାକୁ ନେବାର ସୁଯୋଗ ଆସିଛି : ରାଷ୍ଟ୍ରପତି

National & International

Capture-10

ନୂଆଦିଲ୍ଲୀ: ଦେଶ ଅମୃତ କାଳର ପ୍ରାରମ୍ଭିକ ସମୟରେ ଅଛି । ଦେଶକୁ ଏକ ନୂଆ ଉଚ୍ଚତାକୁ ନେବାକୁ ଆମ ହାତରେ ଏକ ସୁବର୍ଣ୍ଣ ସୁଯୋଗ ରହିଛି । ଏହି ଲକ୍ଷ୍ୟ ହାସଲ ପାଇଁ ପ୍ରତି ନାଗରିକଙ୍କ ଯୋଗଦାନ ଜରୁରୀ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୭୫ତମ ଗଣତନ୍ତ୍ର ଦିବସର ପୂର୍ବ ସଂଧ୍ୟାରେ ଜାତି ଉଦ୍ଦେଶ୍ୟରେ ନିଜ ସମ୍ବୋଧନରେ ସେ ଏକଥା କହିଛନ୍ତି ।
ଦେଶବାସୀଙ୍କୁ ଗଣତନ୍ତ୍ର ଦିବସ ପାଇଁ ଅଭିନନନ୍ଦନ ଜଣାଇ ସେ କହିଛନ୍ତି ଯେ ଏହା ଏକ ଯୁଗାନ୍ତକାରୀ ପରିବର୍ତ୍ତନର ସମୟ । ଗଣତନ୍ତ୍ର ଦିବସ ଆମର ମୌଳିକ ମୂଲ୍ୟବୋଧ ଏବଂ ନୀତିକୁ ମନେ ପକାଇବାର ଏକ ଗୁରୁତ୍ୱପୂର୍ଣ୍ଣ ଅବସର ।
ରାଷ୍ଟ୍ରପତି କହିଛନ୍ତି, ସାମାଜିକ ନ୍ୟାୟ ପାଇଁ ନିରବଚ୍ଛିନ୍ନ ଲଢ଼େଇ କରିଥିବା ଶ୍ରୀ କର୍ପୂରୀ ଠାକୁରଙ୍କ ଜନ୍ମଶତବାର୍ଷିକୀ ପାଳନ ଗତକାଲି ଶେଷ ହୋଇଛି। କର୍ପୂରୀ ଜୀ ପଛୁଆ ବର୍ଗର ଅନ୍ୟତମ ଶ୍ରେଷ୍ଠ ଜନନାୟକ ଥିଲେ ଯିଏ କି ସେମାନଙ୍କ କଲ୍ୟାଣ ପାଇଁ ସାରା ଜୀବନ ଉତ୍ସର୍ଗ କରିଥିଲେ । ତାଙ୍କ ଜୀବନ ଥିଲା ଏକ ବାର୍ତ୍ତା। କାର୍ପୁରିଜୀଙ୍କ ଅବଦାନ ଦ୍ୱାରା ଜନଜୀବନକୁ ସମୃଦ୍ଧ କରିଥିବାରୁ ମୁଁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି।
ସେ କହିଛନ୍ତି, ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ଜନ୍ମସ୍ଥାନରେ ନିର୍ମିତ ଭବ୍ୟ ମନ୍ଦିରରେ ସ୍ଥାପିତ ମୂର୍ତ୍ତିର ଐତିହାସିକ ପ୍ରାଣ ପ୍ରତିଷ୍ଠା ସମାରୋହ ଆମେ ସମସ୍ତେ ଦେଖିଥିଲୁ । ଉଚିତ ନ୍ୟାୟିକ ପ୍ରକ୍ରିୟାରେ ଏହା ସମ୍ଭବ ହୋଇପାରିଛି । ଏହା ଫଳରେ ନ୍ୟାୟିକ ପ୍ରକ୍ରିୟା ଉପରେ ଆମର ବିଶ୍ବାସ ପ୍ରମାଣିତ ହୋଇଛି । ସେ କହିଛନ୍ତି ଯେ, ‘ନାରୀ ଶକ୍ତି ବନ୍ଦନ ଆଇନ’ ମହିଳା ସଶକ୍ତୀକରଣର ଏକ ବୈପ୍ଳବିକ ମାଧ୍ୟମ ସାବ୍ୟସ୍ତ ହେବ।
ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଯେ ଅକ୍ଷୟ ଶକ୍ତି ଉତ୍ସକୁ ପ୍ରୋତ୍ସାହିତ କରିବା ଏବଂ ବିଶ୍ୱ ଜଳବାୟୁ କାର୍ଯ୍ୟକୁ ନେତୃତ୍ୱ ପ୍ରଦାନ କରିବାଦିଗରେ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରୁଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ ।