ଭୁବନେଶ୍ୱର: ପୁରୀରେ ନବମ ଜାତୀୟ ସ୍ବାସ୍ଥ୍ୟ ସମ୍ମିଳନୀ ଉଦଘାଟିତ ହୋଇଯାଇଛି । ଆଜି ଏହାକୁ ଉଦଘାଟନ କରିଛନ୍ତି ବିଜେପି ରାଷ୍ଟ୍ରଧ୍ୟକ୍ଷ ତଥା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା । ଏହି ସ୍ବାସ୍ଥ୍ୟ ସମ୍ମିଳନୀ ୨ ଦିନ ଧରି ଚାଲିବ । ଉଦଘାଟନୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ ।
ତେବେ ଏହି ଜାତୀୟ ସ୍ବାସ୍ଥ୍ୟ ସମ୍ମିଳନୀରେ ସ୍ବାସ୍ଥ୍ୟ ମନ୍ତ୍ରୀ ବଡ଼ ସୂଚନା ଦେଇଛନ୍ତି । ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ଆସନ୍ତା ୨ ବର୍ଷ ଭିତରେ ପୂରଣ ହେବ ସମସ୍ତ ଡାକ୍ତର ଓ ପାରା ମେଡିକାଲ ପଦବୀ । ଓଡ଼ିଶାରେ ୨୦୦ଟି ଡେ’ କେୟାର କ୍ୟାନ୍ସର ହସ୍ପିଟାଲ ହେବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି ।