Photo For The News Of Abasarakalina Sabha

ଅବସର କାଳୀନ ସମ୍ବର୍ଦ୍ଧନା ସଭା

State

ଆଗରପଡ଼ା :ବନ୍ତ ବ୍ଲକ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ପଧାନପଡ଼ା ଆଦିବାସୀ ସାହୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ସହକାରୀ ଶିକ୍ଷକ ଲାଲମୋହନ ଯେନାଙ୍କୁ ବିଦ୍ୟାଳୟ ପକ୍ଷରୁ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପକ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ଶିକ୍ଷକ ସନାତନ ଦାସ ସଭାପତିତ୍ୱ କରିଥିବା ବେଳେ ନରେନ୍ଦ୍ର ସାହୁ, ଅଶୋକ ଦାସ, ଅନିରୁଦ୍ଧ ମଙ୍ଗଳ, ନିରାକାର ଯେନା, ହୃଷିକେଶ ଦାସ, ଅମୁଲ୍ୟ ଦାସ, ଲକ୍ଷ୍ମୀପ୍ରିୟା ସାହୁ , ମଳୟ ନାୟକ ଓ ବିଜୟ ମହାନ୍ତି ପ୍ରମୁଖ ଶିକ୍ଷକ/ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ଭାରାପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ସୁନିତୀଲତା ଦାସ ଶ୍ରୀ ଯେନାଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀ ଯେନା ଗତ ୮ବର୍ଷ ଧରି ଉକ୍ତ ବିଦ୍ୟାଳୟରେ ଶିକ୍ଷାଦାନ କରିଆସୁଥିଲେ ।