Photo For The News Of Trishakti Foundation

ONN ପ୍ରଭାବ: ଖବର ପ୍ରକାଶ ପରେ ସହାୟତାର ହାତ ବଢିଲା

State

ଆଗରପଡ଼ା  :ଗତ ୨୩ ତାରିଖରେ “ବାପାର ପତ୍ତା ମିଳୁନଥିବା ବେଳେ ମା’ମୂଲ ଲାଗୁଛି;ତିନି ଝିଅଙ୍ଗୁ ସରକାରୀ ସହାୟତା ଲାଗି ନିବେଦନ” ଶୀର୍ଷକ ଖବର ‘ONN’ରେ ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇବା ପରେ ଇତିମଧ୍ୟରେ ଉକ୍ତ ପରିବାରକୁ ସହାୟତାର ହାତ ବଢିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ; ଖବର ପ୍ରକାଶ ପାଇବା ପରେ ଭୁବନେଶ୍ୱରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ତ୍ରିଶକ୍ତି ଫାଉଣ୍ଡେସନ୍ ପକ୍ଷରୁ ମା’ ଓ ୩ଝିଅ ବର୍ତ୍ତମାନ ବସବାସ କରୁଥିବା ଟିଲୋ ପଂଚାୟତ ଭୁବନେଶ୍ୱରପୁର ଶାସନ ସ୍ଥିତ ବସନ୍ତ କରଙ୍କ ଫାର୍ମ ହାଉସ ଘରେ ପହଂଚି ଉକ୍ତ ପରିବାରକୁ ରାସନ ସାମଗ୍ରୀ ଏବଂ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ୩ଝିଅଙ୍କ ପାଠପଢାର ସମସ୍ତ ଖର୍ଚ୍ଚ ବହନ କରାଯିବ ବୋଲି ପ୍ରକାଶ କରାଯାଇଥିବା ଜଣାପଡ଼ିଛି । ସହାୟତା ପ୍ରଦାନ ବେଳେ ସଂଗଠନର ଅକ୍ଷୟ ଦାସ,ଅନାଦି ଦାସ,ସନ୍ଦୀପ ସାମନ୍ତରାୟ ,ମହେଶ ସାହୁ,ଅନିଲ ଦାସ,ବିଶ୍ୱଜିତ୍ ସାମଲ,ନିତ୍ୟ ଓ ମୁନା ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି;ସ୍ୱାମୀଙ୍କ କୌଣସି ପତ୍ତା ମିଳୁନଥିବା ବେଳେ ଶାଶୁ ଘରେ ମୁଣ୍ଡ ଗୁଂଜିବା ମଧ୍ୟ ମନା ହେବା ପରେ ତିନି ନାବାଳିକା ଝିଅଙ୍କୁ ନେଇ ମା’ ଅସହାୟ ଅବସ୍ଥାରେ ଜୀବନ ବିତାଇବା ସହ ପର ଘରେ ମୂଲ ଲାଗି ସେମାନଙ୍କ ମୁହଁରେ ଦାନା ଦେଉଛି । ନିଜର ଜମିମାଡ଼ି ନଥିବା ବେଳେ ରାସନକାର୍ଡ଼ କି ସରକାରୀ ଆବାସ ଟିଏ ମଧ୍ୟ ନାହିଁ । କେଣୁ ମା’ ଓ ଝିଅଙ୍କୁ ସରକାର ସହାୟ ହେବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଥିଲା । ବନ୍ତ ବ୍ଲକ ରାମଚନ୍ଦ୍ରପୁର ଗ୍ରାମର ସ୍ୱର୍ଗତ କପିଳ ମାଝୀ ଙ୍କ କନ୍ୟା ସତ୍ୟଭାମା(୫୦) । ପରିବାର ଅତ୍ୟନ୍ତ ଦରିଦ୍ର ଶ୍ରେଣୀର ଥିବାରୁ ସେ ହାଇଦ୍ରାବାଦର ଏକ ସୁତା କଳରେ କାମ କରୁଥିଲେ ।

ସେଠାରେ ବାଲେଶ୍ୱରର କରୁଣାକର ମାଝୀ ମଧ୍ୟ କାମ କରୁଥିଲେ । ସେଠାରେ ସତ୍ୟଭାମ କରୁଣାକରଙ୍କୁ ଉଭୟଙ୍କ ବିବାହ କରିଥିଲେ । ତାଙ୍କର ୩ଟି କନ୍ୟା ସଂନ୍ତାନ ଜନ୍ମ ଲାଭ କରିଥିଲେ । କରୋନା ସମୟରେ ଶରୀର ଅସୁସ୍ଥ ହେବାରୁ କରୁଣାକର ବାଲେଶ୍ୱରରେ ଥିବା ନିଜ ଘରକୁ ଆସିଥିଲେ । ପରେ କିନ୍ତୁ ତାଙ୍କୁ ରହିବାକୁ ନଦେବାରୁ ନିଜ ସ୍ତ୍ରୀ ଓ କନ୍ୟାଙ୍କୁ ଧରି ସଖିପାଟଣାରେ ରହିଥିଲେ । କିଛିମାସ ହେବ କରୁଣାକରଙ୍କ ପତ୍ତା ମିଳୁନଥିବା ବେଳେ ସତ୍ୟଭାମ ପରଘରେ କାମକରି ପିଲାମାନଙ୍କ ମୁଖରେ ଆହାର ଦେବାସହ ତାଙ୍କୁ ପାଠ ପଢ଼ାଉଛି । ବଡ଼ ଝିଅ କ୍ରୀଷ୍ଣା (୧୩),ମଝିଆଁ କାବେରୀ (୧୧) ଓ ସାନ ଗୋଦାବରୀ (୮)ବର୍ଷ ହୋଇଥିବା ବେଳେ ସମସ୍ତେ ବିଦ୍ୟାଳୟରେ ପାଠପଢ଼ୁଛନ୍ତି । ଉକ୍ତ ପରିବାରକୁ ସରକାରଙ୍କ ତରଫରୁ ଭତ୍ତା କିମ୍ବା ରାସନକାର୍ଡ଼ ସହିତ ଅନ୍ୟ କିଛି ସହାୟତା ମିଳିପାରିନଥିବାରୁ ସତ୍ୟଭାମା ନିଜର ସନ୍ତାନଙ୍କ ମୁଖରେ ଆହାର ଦେବାସହ ତାଙ୍କୁ ପାଠପଢ଼ାଇବାରେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସଖିପାଟଣାରେ ବାସକରୁଥିବାରୁ ଉକ୍ତ ସ୍ଥାନରେ ସତ୍ୟଭାମାଙ୍କ ଆଧାର କାର୍ଡ଼ ରହିଛି । ତେଣୁ ସରକାରୀ ସ୍ତରରେ ଉକ୍ତ ବେସାହାରା ପରିବାରକୁ ଆବାସ ଏବଂ ରାସନକାର୍ଡ଼ ସହିତ ତିନିଝିଅଙ୍କ ପାଠପଢାର ସୁବନ୍ଦୋବସ୍ତ କରାଇବା କୁ ବିଭିନ୍ନ ମହଲରୁ ଦାବି ହେଉଥିବା ଖବର ‘ଓଏନଏନ’ରେ ପ୍ରକାଶ ପାଇଥିଲା ।

ବାପାର ପତ୍ତା ମିଳୁନଥିବା ବେଳେ ମା ମୂଲ ଲାଗୁଛି, ତିନି ଝିଅଙ୍କୁ ସହାୟ ହେବା ପାଇଁ ନିବେଦନ