Photo For The News Of Satyabhama

ବାପାର ପତ୍ତା ମିଳୁନଥିବା ବେଳେ ମା ମୂଲ ଲାଗୁଛି, ତିନି ଝିଅଙ୍କୁ ସହାୟ ହେବା ପାଇଁ ନିବେଦନ

State

ଆଗରପଡ଼ା :ସ୍ୱାମୀଙ୍କ କୌଣସି ପତ୍ତା ମିଳୁନଥିବା ବେଳେ ଶାଶୁ ଘରେ ମୁଣ୍ଡ ଗୁଂଜିବା ମଧ୍ୟ ମନା ହେବା ପରେ ତିନି ନାବାଳିକା ଝିଅଙ୍କୁ ନେଇ ମା ଅସହାୟ ଅବସ୍ଥାରେ ଜିବନ ବିତାଇବା ସହ ପର ଘରେ ମୂଲ ଲାଗି ସେମାନଙ୍କ ମୁହଁରେ ଦାନା ଦେଉଥିବା ଜଜାପଡିଛି । ନିଜର ଜମିମାଡ଼ି ଜିଛି ନଥିବା ବେଳେ ରାସନକାର୍ଡ଼ କି ସରକାରୀ ଆବାସ ଟିଏ ମଧ୍ୟ ନାହିଁ । କେଣୁ ମା ଓ ଝିଅଙ୍କୁ ସରକାର ସହାୟ ହେବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି । ବନ୍ତ ବ୍ଲକ ରାମଚନ୍ଦ୍ରପୁର ଗ୍ରାମର ସ୍ୱର୍ଗତ କପିଳ ମାଝୀ ଙ୍କ କନ୍ୟା ସତ୍ୟଭାମା(୫୦) । ପରିବାର ଅତ୍ୟନ୍ତ ଦରିଦ୍ର ଶ୍ରେଣୀର ଥିବାରୁ ସେ ହାଇଦ୍ରାବାଦର ଏକ ସୁତା କଳରେ କାମ କରୁଥିଲେ । ସେଠାରେ ବାଲେଶ୍ୱରର କରୁଣାକର ମାଝୀ ମଧ୍ୟ କାମ କରୁଥିଲେ । ସେଠାରେ ସତ୍ୟଭାମ କରୁଣାକରଙ୍କୁ ଉଭୟଙ୍କ ବିବାହ କରିଥିଲେ । ଏବଂ ତାଙ୍କର ତିନିଗୋଟି କନ୍ୟା ସଂନ୍ତାନ ଜନ୍ମ ଲାଭ କରିଥିଲେ । କରୋନା ସମୟରେ ଶରୀର ଅସୁସ୍ଥ ହେବାରୁ କରୁଣାକର ବାଲେଶ୍ୱରରେ ଥିବା ନିଜ ଘରକୁ ଆସିଥିଲେ । ପରେ କିନ୍ତୁ ତାଙ୍କୁ ରହିବାକୁ ନଦେବାରୁ ନିଜ ସ୍ତ୍ରୀ ଓ କନ୍ୟାଙ୍କୁ ଧରି ସଖିପାଟଣାରେ ରହିଥିଲେ ।

କିଛିମାସ ହେବ କରୁଣାକରଙ୍କ ପତ୍ତା ମିଳୁନଥିବା ବେଳେ ସତ୍ୟଭାମ ପରଘରେ କାମକରି ପିଲାମାନଙ୍କ ମୁଖରେ ଆହାର ଦେବାସହ ତାଙ୍କୁ ପାଠ ପଢ଼ାଉଛି । ବଡ଼ ଝିଅ କ୍ରୀଷ୍ଣା (୧୩),ମଝିଆଁ କାବେରୀ (୧୧) ଓ ସାନ ଗୋଦାବରୀ (୮)ବର୍ଷ ହୋଇଥିବା ବେଳେ ସମସ୍ତେ ବିଦ୍ୟାଳୟରେ ପାଠପଢ଼ୁଛନ୍ତି । ଉକ୍ତ ପରିବାରକୁ ସରକାରଙ୍କ ତରଫରୁ ଭତ୍ତା କିମ୍ବା ରାସନକାର୍ଡ଼ ସହିତ ଅନ୍ୟ କିଛି ସହାୟତା ମିଳିପାରିନଥିବାରୁ ସତ୍ୟଭାମା ନିଜର ସନ୍ତାନଙ୍କ ମୁଖରେ ଆହାର ଦେବାସହ ତାଙ୍କୁ ପାଠପଢ଼ାଇବାରେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସଖିପାଟଣାରେ ବାସକରୁଥିବାରୁ ଉକ୍ତ ସ୍ଥାନରେ ସତ୍ୟଭାମାଙ୍କ ଆଧାର କାର୍ଡ଼ ରହିଛି । ତେଣୁ ସରକାରୀ ସ୍ତରରେ ଉକ୍ତ ବେସାହାରା ପରିବାରକୁ ଆବାସ ଏବଂ ରାସନକାର୍ଡ଼ ସହିତ ତିନିଝିଅଙ୍କ ପାଠପଢାର ସୁବନ୍ଦୋବସ୍ତ କରାଇବା କୁ ବିଭିନ୍ନ ମହଲରୁ ଦାବି ହେଉଛି ।