Onn 3

ଭଡା ଘରେ ସେକ୍ସ ରାକେଟ, ୩ ମହିଳା ଉଦ୍ଧାର

State

 

se

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ନିମଖଣ୍ଡି ଅଞ୍ଚଳରେ ଏକ ଭଡା ଘରୁ ଦେହ ବ୍ୟବସାୟ ଚାଲୁଥିବା ଏକ ସେକ୍ସ ରାକେଟକୁ ପୋଲିସ ବୁଧବାର ଠାବ କରିବା ସହ ୩ ଜଣ ମହିଳାଙ୍କୁ ଉଦ୍ଧାର କରିଛି।

କୌଣସି ସୂତ୍ରରୁ ଖବର ପାଇ ନିମଖଣ୍ଡି ଥାନା ପୁଲିସର ଏକ ଟିମ୍ ଏକ ଘରେ ଚଢ଼ଉ କରି ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଜଣେ ଯୁବତୀଙ୍କ ସମେତ ତିନି ଜଣ ଯୁବତୀଙ୍କୁ ଉଦ୍ଧାର କରିଛି। ପୁଲିସ ଦୁଇ ଜଣ ଗ୍ରାହକ ଓ ଘର ମାଲିକଙ୍କୁ ଅଟକ ରଖି ପଚରାଉଚରା କରୁଛି। ଘରୁ ବହୁ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ ହୋଇଛି। ଏହି ରାକେଟର ନେଟଓ୍ୱର୍କ ସମ୍ପର୍କରେ ଜାଣିବା ପାଇଁ ଅଟକ ଥିବା ବ୍ୟକ୍ତିଙ୍କୁ ପଚରାଉଚରା କରାଯାଉଛି।