Onn 3

ପ୍ରତିଷ୍ଠାକୁ ୪୨ବର୍ଷ ପୂରିବ, ଅବହେଳିତ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ

State

ଜଣିଏ କର୍ମଚାରୀରେ ଚାଲିଛି ରୋଗୀ ସେବା

ଆଗରପଡ଼ା:ସରକାର ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିବା ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଦୁରଦୃଷ୍ଟିର ଅଭାବ ଯୋଗୁଁ ଯୋଜନା ଫଳପ୍ରଦ ହୋଇପାରୁନଥିବା ଜଣାପଡ଼ିଛି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଓନଙ୍ଗ ପଂଚାୟତରେ ଥିବା ସରକାରୀ ଆୟୁର୍ବେଦିକ ଜିକିତ୍ସାଳୟରେ । ପଂଚାୟତ ଗ୍ରାମବାସୀଙ୍କୁ ତୁରନ୍ତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉଦ୍ଦେଶ୍ୟରେ ୧୯୮୧ ମସିହାରେ ଏଠାରେ ଏକ ଆୟୁର୍ବେଦିକ ଚିକିତ୍ସାଳୟ ପ୍ରତିଷ୍ଠା କରାଯାଇଥିଲା । ପ୍ରତିଷ୍ଠାକୁ ଇତି ମଧ୍ୟରେ ୪୧ ବର୍ଷ ପୂରିଯାଇଥିଲେ ସୁଦ୍ଧା ଉତ୍ତମ ଚିକିତ୍ସା ଯୋଗାଇଦେବା କ୍ଷେତ୍ରରେ ଉକ୍ତ ଚିକିତ୍ସାଳୟ ସେପରି କୌଣସି ସଫଳତା ହାସଲ କରିପାରି ନାହିଁ କାରଣ ସ୍ୱାସ୍ତ୍ୟସେବା ଯୋଗାଇ ଦେବା କ୍ଷେତ୍ରରେ ଆବଶ୍ୟକୀୟ ମୌଳିକ ସୁବିଧା ଏହାରେ ଉପଲବ୍ଧ ନଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ; ୨୦୧୩ ମସିହାରୁ ଜଣିଏ ମାତ୍ର ଡାକ୍ତର ଏଠାରେ ରୋଗୀଙ୍କ ସେବାରେ ନିୟୋଜିତ ଅଛନ୍ତି । ସେ ଜଣେ ମହିଳା ହୋଇଥିବା ସ୍ଥଳେ ତାଙ୍କୁ ରୋଗୀ ସେବାରେ ସାହାର୍ଯ୍ୟ କରିବା ପାଇଁ କେହିବି ନଥିବା ବେଳେ ଦୀର୍ଘ ୯ବର୍ଷ ପରେ ଗତ ୧ବର୍ଷ ହେବ ଜଣେ ସହକାରୀଙ୍କୁ ନିଯୁକ୍ତି(ପୁରୁଷ)ପ୍ରଦାନ କରାଯାଇଛି । ବିଡ଼ମ୍ବନାର ବିଷୟ ଏହିକି ୨୦୨୦ ମସିହା ମାର୍ଚ୍ଚ ମାସ ଠାରୁ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ କୌଣସି ୪ର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି ପାଇନାହାନ୍ତି । ଯାହାକି ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା କ୍ଷେତ୍ରରେ ପ୍ରତିବନ୍ଧକ ସାଜିଛି । କାରଣ ଜଣିଏ କର୍ମଚାରୀଙ୍କୁ ସ୍ୱାସ୍ଥ୍ୟସେବା ସହ ଅନ୍ୟ କାର୍ଯ୍ୟମାନ ମଧ୍ୟ କରିବାକୁ ପଡ଼ୁଛି । ସେହିପରି ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଏକ ଓା÷ଷଧୀୟ ବୃକ୍ଷ ଉଦ୍ୟାନ ଥିବା ସ୍ଥଳେ ରକ୍ଷଣାବେକ୍ଷଣ ଅଭାବରୁ ଉକ୍ତ ଉଦ୍ୟାନ ବର୍ତ୍ତମାନ ଅନାବନା ଗଛରେ ଉର୍ତ୍ତି ହେବା ସହ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି ।

ସେହିପରି ପ୍ରତିଦିନ ୩୫ରୁ ୪୦ ଜଣ ରୋଗୀ ଏଠାକୁ ନିଜର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆସୁଥିବା ସ୍ଥଳେ ସ୍ୱାସ୍ଥ୍ୟକେନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣରେ ଓା÷ଷଧ ଉପଲବ୍ଧ ନଥିବାରୁ ଏହା ମଧ୍ୟ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଆଉ ଏକ ପ୍ରତିବନ୍ଧକ ସାଜିଛି । ସ୍ୱାସ୍ଥ୍ୟକେନ୍ଦ୍ରରେ ଲାଗି ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ଯୋଗାଯୋଗ ସମ୍ଭବପର ହୋଇ ପାରିନଥିଲା । ପଂଚାୟତରୁ ଜରୁରୀ ଚିକିତ୍ସା ପାଇଁ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ଜିଲ୍ଲା ମୁଖ୍ୟ ସ୍ୱାସ୍ୱ୍ୟକେନ୍ଦ୍ରକୁ ଯିବା ସମୟ ସାପେକ୍ଷ ହେଉଥିବାରୁ ଆବଶ୍ୟକୀୟ ସମସ୍ତ ମୌଳିକ ସୁବିଧା ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ପଂଚାୟତବାସୀଙ୍କ ପକ୍ଷରୁ ଦାବି ହେଉଛି ।