Onn 3

ନାଗଭଣ ରାଧାକୃଷ୍ଣ ମନ୍ଦିରରେ ଗୁରୁପୂର୍ଣ୍ଣିମା

Religion and Cult State

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଭାଲୁଵଷା ପଞ୍ଚାୟତର ନାଗଭଣ ଗ୍ରାମରେ ୨୦୧୭ ମସିହାରେ ସଦଗୁରୁ କୃପାଳଜୀ ମହାରାଜ ଜୀଙ୍କ ପଟ୍ଟଶିଷ୍ଯ ସ୍ବାମୀ ମୁକୁନ୍ଦାନନ୍ଦଜୀଙ୍କ କରକମଳରେ ଶ୍ରଦ୍ଧାଳୁମାନଙ୍କ ଦ୍ବାରା ନିର୍ମିତ ହୋଇଥିବା ରାଧାକୃଷ୍ଣ ମନ୍ଦିର ଶୁଭ ଉଦ୍ଘାଟନ ହୋଇଥିଲା ।ସେବେଠାରୁ ଏଠାରେ ଗୁରୁ ପୂର୍ଣ୍ଣିମା , ଜନ୍ମାଷ୍ଟମୀ,ରାଧାଷ୍ଟମି,ଭଜନ, ସଂକୀର୍ତ୍ତନ ଅନୁଷ୍ଠିତ ହୋଇଆସୁଛି । ଗୁରୁପୂର୍ଣ୍ଣିମା ଦିବସ ଅବସରରେ ଆଖପାଖ ଅଂଚଳରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ନାଗଭଣ ରାଧାକୃଷ୍ଣ ନାମରେ ପୂର୍ବାହ୍ନ ୯ ଘଟିକା ରେ ପହଞ୍ଚି ଥିଲେ ।ସେଠାରେ ରାଧାକୃଷ୍ଣ ପୂଜା,ନିଜ ସଦଗୁରୁ କୃପାଳଜୀ ମହାରାଜ ଜୀ,ସ୍ବାମୀ ମୁକୁନ୍ଦାନନ୍ଦଜୀଙ୍କ ପୂଜାର୍ଚ୍ଚନା ଧୂମଧାମରେ କରିଥିଲେ ।ଦିନ ତମାମ ଭଜନ, କୀର୍ତ୍ତନ, ସତସଙ୍ଗ କାର୍ଯ୍ୟ ହୋଇଥିଲା ।ସଦଗୁରୁ ହିଁ ମଣିଷକୁ ସଦପଥରେ ପରିଚାଳିତ କରନ୍ତି ।

ଗୁରୁ ହିଁ ମାର୍ଗ ଦର୍ଶକ ।ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଗୁରୁ ହିଁ ସେତୁ । ଆଧ୍ୟାତ୍ମିକ ଜୀବନରେ ଗୁରୁଙ୍କ ଭୂମିକା ଅନନ୍ୟ ।ମଣିଷକୁ କୁପଥରୁ ସୁପଥକୁ ଗୁରୁ ହିଁ ଟାଣି ଆଣନ୍ତି । ଯାହାଙ୍କ ପାଖରେ ଗୁରୁ ଆଶୀର୍ବାଦ ଅଛି ସେ କେବେ ବିପଦରେ ପଡନ୍ତି ନାହିଁ ।ନିଜ ଗୁରୁଙ୍କୁ ପୂଜାର୍ଚ୍ଚନା ଓ ଆଶୀର୍ବାଦ ନେବାପାଇଁ ସୁଦୂରରୁ ଛୁଟି ଆସିଥିବା ଶ୍ରଦ୍ଧାଳୁମାନେ ଭଜନ, ସଂକୀର୍ତ୍ତନରେ ଦିନ ତମାମ ମଜ୍ଜି ରହିଥିଲେ । ରାଧାକୃଷ୍ଣ ଭଜନ ଓ ସଂକୀର୍ତ୍ତନରେ ସମଗ୍ର ନାଗଭଣ ଗ୍ରାମ ରାଧାକୃଷ୍ଣ ପରିବେଶ ହୋଇ ଉଠିଥିଲା । ମଧ୍ୟାହ୍ନରେ ରାଧାକୃଷ୍ଣ ମନ୍ଦିର କମିଟି ତରଫରୁ ସମସ୍ତ ଶ୍ରଦ୍ଧାଳୁଙ୍କୁ ଅନ୍ନପ୍ରସାଦ ବଣ୍ଟନ କରା ଯାଇଥିଲା ।ପରେ ଗୁରୁ ପାଦ ପୂଜନ,ଭଜନ,ଆଳତୀ କରି ଶ୍ରଦ୍ଧାଳୁମାନେ ହାଣ୍ଡିକୁ ମନ ନେଇ ଆନନ୍ଦ ଉଲ୍ଲାସର ନିଜ ଘରକୁ ଫେରିଥିଲେ ।