Onn 3

୧୬ ନମ୍ବର ରେଳ ଫାଟକରେ ଧାରଣା ଦେବ ସିଭିଲ ସୋସାଇଟି

State

ବାରିପଦା: ବେତନଟୀ ଚଣ୍ଡୀଛକ ଠାରୁ ବଡ଼ସାହି ହୋଇ ଉଦଳା-ବାରିପଦା ପର୍ଯ୍ୟନ୍ତ ଯାଇଥିବା ବ୍ୟସ୍ତତମ ରାଜ୍ୟ ପଥର ବେତନଟୀ ବଜାର ପାରି ହେବାକୁ ରେଳବିଭାଗର ୧୬ନମ୍ବର ଫାଟକ ପଡିଥାଏ । କିଛିବର୍ଷ ଧରି ଏହି ଫାଟକର ଉଭୟ ପାର୍ଶ୍ଵର ରାସ୍ତାର ଦୁରବସ୍ଥା କହିଲେ ନ ସରେ । ବର୍ଷାଦିନେ ପାଣି କାଦୁଅ ଛିଟା ,ବଡ ବଡ ଗାତରେ ଦୁଇ ଚକିଆ ଗାଡି ଓ ଲୋକ ପଡ଼ିବା ଭଳି ସମସ୍ୟା ଲାଗିରହିଛି। ଏହାର ପ୍ରତିବାଦ କରି ବେତନଟୀ ,ସିଭିଲ ସୋସାଇଟି ପକ୍ଷରୁ ରେଳବାଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବହୁବାର ଲିଖିତ ଜଣାଇ ମଧ୍ୟ କାର୍ଯ୍ୟ ନ ହେବାରୁ ଗତବର୍ଷ ଜୁଲାଇ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଫାଟକ କଡ଼ରେ ଗଣ ଧାରଣା ଦିଆଯାଇଥିଲା।ତତ୍ପରେ ବାଲେଶ୍ଵରର ଯନ୍ତ୍ରୀ ତଥା ଇଡିଇନ୍ ଟେଲିଫୋନ ଯୋଗେ ଅସ୍ଥାୟୀ ମରାମତି ବଦଳରେ ଟେଣ୍ଡର କରି ସ୍ଥାୟୀ ମରାମତିର ପ୍ରତିଶୃତି ଦେଇଥିଲେ। ଗତବର୍ଷ ଦୁର୍ଗାପୂଜା ପୂର୍ବରୁ ସ୍ଥାନୀୟ କ୍ଳବ ଦ୍ଵାରା ଅସ୍ଥାୟୀ ମରାମତି କରାଯାଇଥିବାରୁ ଜନସାଧାରଣ ତଥା ଗାଡି ମୋଟର ଚାଳକ ଗଣ ଉପକୃତ ହୋଇପାରିଥିଲେ ।

ଆଜକୁ ଠିକ୍ ଏକବର୍ଷ ପୁରିବା ସହ ସେଇ ବର୍ଷ।ଦିନ, ସେଇ ପୂର୍ବ ସମସ୍ୟା ସୃଷ୍ଟି ହେଲାଣି। ବଡସାହି ବିଧାୟକ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀଗଣ ମଧ୍ୟ ଏହି ରାସ୍ତ।ରେ ବହୁବାର ଯା ଆସ କରିଥାଆନ୍ତି। ରେଳ କର୍ତ୍ତୃପକ୍ଷ ମଧ୍ୟ ଏହି ସମସ୍ୟ।ନେଇ ଏକ ବର୍ଷ ଧରି ଅବଗତ ଅଛନ୍ତି ଓ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ସିଭିଲ ସେ।ସାଇଟିର ସମ୍ପାଦକ ବର୍ଷକ ମଧ୍ୟରେ ଇଡିଇନ୍‌ଙ୍କୁ ଦୁଇଥର ତାଙ୍କ ବାଲେଶ୍ଵର କାର୍ଯ୍ୟ।ଳୟରେ ସାକ୍ଷାତ ଓ ପାଞ୍ଚଥର ଟେଲିଫୋନରେ ଯୋଗାଯୋଗ କରି ୫ । ୧୦ ଦିନ ମଧ୍ୟରେ ଏହି ୧୬ ନମ୍ବର ଫାଟକ ମରାମତି ବର୍ଷାଦିନ ଆଗରୁ ହେବାର କେବଳ ପ୍ରତିଶୃତି ହିଁ ପାଉଛନ୍ତି। ତେଣୁ ବାଧ୍ୟହୋଇ ଚଳିତ ଜୁଲାଇ ୧୫ ତାରିଖ ସୁଦ୍ଧା ସ୍ଥାୟୀ ମରାମତି କାର୍ଯ୍ୟାରମ୍ଭ କରା ନ ଗଲେ ଜୁଲାଇ ୧୭ ତାରିଖଠାରୁ ପୁଣି ଥରେ ସିଭିଲ ସୋସାଇଟି ଜନସ୍ଵାର୍ଥ ତଥା ଧନଜୀବନର ସୁରକ୍ଷା ନିମନ୍ତେ ଉକ୍ତ ସ୍ଥଳରେ ଅନିର୍ଦ୍ଧିଷ୍ଟ ଦିନ ପର୍ଯ୍ୟନ୍ତ ପୁଣିଥରେ ଧାରଣରେ ବସିବ ଓ ଜୋରଦାର ଆନ୍ଦୋଳନ କରିବ ବୋଲି ସଭାପତି ଚୂଡାମଣି ମହାପାତ୍ର ଓ ସଂପାଦକ ଆଡ୍‌ଭୋକେଟ୍ ସଚିଦାନନ୍ଦ ମହାନ୍ତି ଲିଖିତ ଭାବରେ ଚିଠି ନମ୍ବର ୮୪(୩)ତା ୪.୭.୨୩ରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିବାର ଜଣାଯାଇଛି। ଧାରଣା ପୂର୍ବରୁ ଆବଶ୍ୟକ ହେଲେ,ଏଥି ନିମନ୍ତେ ବେତନଟୀର ସମସ୍ତ ପ୍ରକାର ସଂଗଠନକୁ ୧୫ ତାରିଖ ଦିନ ଏକତ୍ରିତ କରିବାର ଯୋଜନା ଅଛି ବୋଲି ସୋସାଇଟି ସଂପାଦକ ଶ୍ରୀ ମହାନ୍ତି ଓ କ।ର୍ଯ୍ୟକାରୀ ସଭାପତି ହରିଶ ଚନ୍ଦ୍ରନନ୍ଦ ଗୋସ୍ଵାମୀ ପ୍ରକାଶ କରିଛନ୍ତି।