Onn 3

ସୁକୁମାର ରଞ୍ଜନ ପ୍ରଧାନଙ୍କୁ ରାଜ୍ୟ ମିଡ଼ିଆ ସଂଯୋଜକ ( ଓ. ବି. ସି ବିଭାଗ ) ଭାବେ ନିଯୁକ୍ତି

State

ବାରିପଦା: ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ଓ. ବି. ସି. ବିଭାଗର ରାଷ୍ଟ୍ରୀୟ ଚେୟାରମେନ କେପ୍ଟେନ ଅଜୟ ସିଂହ ଯାଦବଙ୍କ ଅନୁମୋଦନ ରେ ସୁକୁମାର ରଞ୍ଜନ ପ୍ରଧାନଙ୍କୁ ରାଜ୍ୟ ମିଡ଼ିଆ ସଂଯୋଜକ( ଓ. ବି. ସି ବିଭାଗ )ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି l

ଏହି ନବ ନିଯୁକ୍ତି ପାଇ ଶ୍ରୀ ପ୍ରଧାନ ତାଙ୍କ ଗୁରୁଦାୟିତ୍ୱ ସୁଚାରୁରୂପେ ତୁଲାଇ ଓଡିଶାରେ କଂଗ୍ରେସ ଦଳକୁ ତୃଣମୂଳ ସ୍ତରରେ ମଜବୁତ କରିବେ ବୋଲି ମତପ୍ରକାଶ କରିବା ସହିତ ଉକ୍ତ ଦାୟିତ୍ୱ ପାଇଁ ଯୋଗ୍ୟ ବିବେଚିତ କରିଥିବାରୁ ସେ ରାଷ୍ଟ୍ରୀୟ ଚେୟାରମ୍ୟାନ କେପ୍ଟେନ ଅଜୟ ସିଂହ ଯାଦବ ଜି,ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ବିହାର ପ୍ରଭାରୀ ( ଓ. ବି. ସି ବିଭାଗ ) ଏବଂ ରାଷ୍ଟ୍ରୀୟ ସଂଯୋଜକ ଏଲ. ଡି. ଏମ ତଥା ଓଡିଶା ପ୍ରଭାରୀ ରାଜକିଶୋର ବାରିକ ଓ ରାଜ୍ୟ ସଭାପତି ଶରତ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି l