Onn 3

ଦଶହରା ଭିଡ ପାଇଁ କଟକ-ଭୁବନେଶ୍ୱରରେ ୧୦ ଘଣ୍ଟା ଭାରିଯାନ ଚଳାଚଳ ବନ୍ଦ

State

 

puja

ଭୁବନେଶ୍ୱର: ଟ୍ୱିନ ସିଟି ଭୁବନେଶ୍ୱର ଓ କଟକରେ ଦଶହରା ଉତ୍ସବ ପାଳନ ବେଳେ ଟ୍ରାଫିକ୍ ସମସ୍ୟାକୁ ରୋକିବା ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ୧୦ ଘଣ୍ଟା ପାଇଁ ଭାରିଯାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି।

କମିସନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି, ଦଶହରା ସମୟରେ ସାଧାରଣ ଜନତାଙ୍କ ସୁବିଧା ଓ ସୁରକ୍ଷା ପାଇଁ ଅକ୍ଟୋବର ୨୫ ତାରିଖ ଯାଏଁ ଅପରାହ୍ନ ୪ଟାରୁ ୨ଟା ଯାଏଁ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ କୌଣସି ମାଲବାହୀ ଗାଡ଼ି (ଛଅ କିମ୍ବା ତା’ଠାରୁ ଅଧିକ ଚକ ଥିବା ଟ୍ରକ୍ କିମ୍ବା ଟ୍ରଲର) ଚଳାଚଳ କରିପାରିବ ନାହିଁ।

ଯାତାୟାତ ଜନିତ ଭିଡ଼କୁ ଏଡ଼ାଇବା ପାଇଁ ଏହି ସମୟ ମଧ୍ୟରେ ପିତାପଲ୍ଲୀ ଓ ଉତ୍ତରା ଛକରୁ ଭୁବନେଶ୍ୱର ଅଭିମୁଖେ ଏବଂ ମଙ୍ଗୁଳି ଓ କନ୍ଦରପୁର ଛକରୁ କଟକ ଅଭିମୁଖେ ଭାରିଯାନ ଚଳାଚଳ କରିବ ନାହିଁ, ବୋଲି ନୋଟିସରେ ଉଲ୍ଲେଖ ରହିଛି।

ଟ୍ୱିନ ସିଟିର ବିଭିନ୍ନ ପୂଜା ମଣ୍ଡପକୁ ଆସୁଥିବା ଦର୍ଶକଙ୍କ ଦ୍ୱାରା ବ୍ୟବହୃତ ହାଲୁକା ଯାନକୁ ସୁଗମ କରିବା ଏହି ପ୍ରତିବନ୍ଧକର ଉଦ୍ଦେଶ୍ୟ ବୋଲି ଏଥିରେ କୁହାଯାଇଛି। କଟକଣା ଉଲ୍ଲଙ୍ଘନ କଲେ ୫୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି କମିସନରେଟ୍ ପୁଲିସ ପକ୍ଷରୁ ଚେତାବନୀ ଦିଆଯାଇଛି। ଅପରାଧ ଅନୁସାରେ ଏହି ରାଶିକୁ ୧ ହଜାର ଟଙ୍କାକୁ ବୃଦ୍ଧି କରାଯାଇପାରେ ବୋଲି ଏଥିରେ କୁହାଯାଇଛି।