ଭୁବନେଶ୍ବର: ବଙ୍ଗୋପସାଗରରେ ଘନୀଭୂତ ହେଉଛି ଗଭୀର ଅବପାତ । ଯାହା ୧୨ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେଇପାରେ । ଗତ ୬ ଘଣ୍ଟା ମଧ୍ୟରେ ସ୍ଥିର ଥିବା ଜଣାପଡିଛି । ପାରାଦୀପ ଠାରୁ ଏହା ୪୦୦ କିମି ଦୂରରେ କେନ୍ଦ୍ରଭୂତ ହୋଇଛି । ଏହି ବାତ୍ୟାର ନାମ ହମୁନ୍ ରହିଛି । ବାତ୍ୟା ବାଂଲାଦେଶ ମୁହାଁ ହେବାର ସମ୍ଭାବନା ରହିଛି । ୨୫ ତାରିଖରେ ଖେପୁପରା ଓ ଚିଟାଗଙ୍ଗ ମଧ୍ୟରେ ଏହା ଉପକୂଳ ଛୁଇଁବ । ଯଦିବା ଓଡିଶା ଉପରେ ଏହାର ପ୍ରଭାବ ବିଶେଷ ନାହିଁ । କିନ୍ତୁ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଉତ୍ତର ଉପକୂଳରେ ବର୍ଷା ହେବାର ସମ୍ଭାବନା ରହିଛି ।
ଅସ୍ତରଙ୍ଗ, କେନ୍ଦ୍ରାପଡା, ପୁରୀ, ଚାନ୍ଦବାଲି, ପାରାଦୀପ ରେ ହାଲୁକା ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସମୁଦ୍ର ଭିତରେ ପବନର ବେଗ ୫୦ରୁ ୬୦ କିମି ରହିଥିବା ସୂଚନା ମିଳିଛି । ସ୍ଥଳଭାଗ ପାଇଁ ପବନ ବହିବାର କୌଣସି ସତର୍କ ସୂଚନା ନାହିଁ । ଉପକୂଳରୁ ୨୦୦ କିମି ଦୂର ଦେଇ ବାତ୍ୟା ଅତିକ୍ରମ କରିବ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ୨୬ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଚାନ୍ଦବାଲି , ପାରାଦୀପ , ଗୋପାଳପୁର ବନ୍ଦର ପାଇଁ ୩ନଂ ବିପଦ ସଂକେତ ଜାରି କରାଯାଇଛି ।