Onn 3

ବଢିଲା ରୋଗୀଙ୍କ ଖାଦ୍ୟ ଅନୁଦାନ: ଦୈନିକ ଖାଦ୍ୟ ୮୫ରୁ ୧୧୦ ଟଙ୍କାକୁ ବୃଦ୍ଧି

State

ଭୁବନେଶ୍ବର: ଡାକ୍ତରଖାନାରେ ରୋଗୀଙ୍କୁ ମିଳିବ ଉତ୍ତମ ଖାଦ୍ୟ । ସ୍ୱାଦିଷ୍ଟ ଆଉ ପୁଷ୍ଟିକର ଖାଦ୍ୟ । ଏଥିପାଇଁ ଖର୍ଚ୍ଚ କରିବେ ସରକାର ।   ରୋଗୀ ସେବା ପ୍ରଦାନ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ଉଦ୍ଦେଶ୍ୟେରେ ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟ ଅନୁଦାନରେ ୩୦ ପ୍ରତିଶତ ବୃଦ୍ଧି କରାଯାଇଛି । ହସ୍ପିଟାଲରେ ଇନଡୋର ରୋଗୀଙ୍କ ପାଇଁ ୩୦ ପ୍ରତିଶତ ବୃଦ୍ଧିକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିଲାଗି ବାର୍ଷିକ ୬୪ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ୪୨ ଲକ୍ଷ ରୋଗୀ ଉପକୃତ ହେବେ।

ସାଧାରଣ ଦୈନିକ ଖାଦ୍ୟ ୮୫ରୁ ୧୧୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଶିଶୁଙ୍କୁ ଦିଆ ଯାଉଥିବା ଦୈନିକ ଖାଦ୍ୟ ୭୫ ଟଙ୍କାରୁ ୯୫ ଟଙ୍କାକୁ ବୃଦ୍ଧି ହୋଇଛି । ସେହିପରି ପୁଷ୍ଟିସାରଯୁକ୍ତ ଖାଦ୍ୟ ୯୫ରୁ ୧୨୦କୁ ଏବଂ ତରଳ ଖାଦ୍ୟ ୮୫ରୁ ୧୧୦କୁ ବୃଦ୍ଧି ହୋଇଛି । ରାଜ୍ୟର ୬୧୮ ଟି ସରକାରୀ ମେଡିକାଲରେ ବର୍ଦ୍ଧିତ ମୂଲ୍ୟର ଖାଦ୍ୟ ଦିଆଯିବାର ସୂଚନା ରହିଛି ।

ଗରିବ ଅସହାୟ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା ଲାଗି ସରକାର ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି । ଯେପରିକି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣା ସ୍ବାସ୍ଥ୍ୟସେବା ପ୍ରଦାନ, ନିଦାନ ଜରିଆରେ ମାଗଣା ରୋଗ ଚିହ୍ନଟ , ନିରାମୟ ଜରିଆରେ ମାଗଣା ଔଷଧ ପ୍ରଦାନ, ସହାୟ ଜରିଆରେ ମାଗଣା ଡାଇଲେସିସ୍ ସେବା ଇତ୍ୟାଦି। ଏବେ ଡାକ୍ତରଖାନାରେ ରୋଗୀଙ୍କ ଖାଦ୍ୟ ଅନୁଦାନ ରାଶି ବୃଦ୍ଧି କରି ନିଜ ଲୋକପ୍ରିୟତା ପୁଣି ବଢାଇଛନ୍ତି ।