Onn 3

ବିରୋଧୀଙ୍କ କକ୍ଷତ୍ୟାଗ ମଧ୍ୟରେ ଲୋକସଭାରେ ଗୃହୀତ ହେଲା ଦିଲ୍ଲୀ ସେବା ବିଲ୍

National & International

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ସଦସ୍ୟଙ୍କ ହଙ୍ଗାମା ମଧ୍ୟରେ ଗୁରୁବାର ଲୋକସଭାରେ ଦିଲ୍ଲୀ ସେବା ବିଲ୍ ବା ଜାତୀୟ ରାଜଧାନୀ କ୍ଷେତ୍ର ଦିଲ୍ଲୀ ସରକାର (ସଂଶୋଧନ) ବିଲ୍ ୨୦୨୩ ଗୃହୀତ ହୋଇଛି। ଗୃହରେ ହଙ୍ଗାମା କରିଥିବାରୁ ଆମ୍ ଆଦମୀ ପାର୍ଟି ସାଂସଦ ସୁଶୀଲ କୁମାର ରିଙ୍କୁଙ୍କୁ ମୌସୁମୀ ଅଧିବେଶନରୁ ନିଲମ୍ବିତ କରାଯାଇଛି। ମତଦାନ ସମୟରେ ବିରୋଧୀ ସାଂସଦମାନେ କକ୍ଷତ୍ୟାଗ କରିଥିଲେ। ଏହା ପରେ ବିଲକୁ ରାଜ୍ୟସଭାରେ ଆଗତ କରାଯିବ ।
ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, ଯେହେତୁ ଆମକୁ ଗୃହରେ କହିବାର ସୁଯୋଗ ଦିଆଯାଉ ନାହିଁ, ଏଣୁ ଆମେ କକ୍ଷତ୍ୟାଗ କରୁଛୁ । ଦିଲ୍ଲୀ ସେବା ବିଲ୍ କୁ ନେଇ ଗୁରୁବାର ଲୋକସଭାରେ ବିତର୍କ ହୋଇଥିଲା। ଏହି ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀ ସରକାର ଓ ବିଜେପି ମେଣ୍ଟକୁ ତୀବ୍ର ସମାଲୋଚନା କରିଥିଲେ। ଦିଲ୍ଲୀରେ ବଦଳି ହେବାର କୌଣସି ମାମଲା ନାହିଁ। ଦିଲ୍ଲୀରେ ମାମଲା ହେଉଛି ଏହାର ବାହାନାରେ ଭିଜିଲାନ୍ସ ବିଭାଗକୁ ନିଜ ଅକ୍ତିଆରକୁ ନେବା । ଯାହାଫଳରେ ସେମାନଙ୍କ ଦୁର୍ନୀତିର ପର୍ଦ୍ଦାଫାସ ହୋଇପାରିବ ନାହିଁ। ମୁଁ ସ୍ପଷ୍ଟ ଭାବେ କହୁଛି ଯେ ଏହି ସମୟରେ ଦିଲ୍ଲୀ ସରକାରଙ୍କ ସହ ଠିଆ ହୋଇଥିବା ସମସ୍ତ ଦଳ ଦୁର୍ନୀତିଗ୍ରସ୍ତଙ୍କ ସହ ଠିଆ ହୋଇଛନ୍ତି। କିନ୍ତୁ ଜନସାଧାରଣ ସବୁ କିଛି ଉପରେ ନଜର ରଖିଛନ୍ତି। ମୁଁ ଏହି ଦଳଗୁଡ଼ିକୁ କହିବାକୁ ଚାହୁଁଛି ଯେ ଆପଣ ଦିଲ୍ଲୀ ବିଷୟରେ ଚିନ୍ତା କରନ୍ତି, ଆପଣଙ୍କ ମେଣ୍ଟ ବିଷୟରେ ନୁହେଁ ।